Below header

୫୦ ଲକ୍ଷ ଟଙ୍କାର ଗଚ୍ଛିତ ଗଞ୍ଜେଇ ଜବତ, ମାଫିଆ ଫେରାର

ମାଛକୁଣ୍ଡ ପୋଲିସକୁ ସଫଳତା । ୫୦୫ କେଜି ଗଚ୍ଛିତ ଗଞ୍ଜେଇ ଜବତ କଲା ପୋଲିସ୍ । ସୂଚନା ଅନୁଯାୟୀ କୌଣସି ବିଶେଷ ସୂତ୍ରରୁ ଖବରପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ମାଛକୁଣ୍ଡ ଥାନା ଅଧୀନ ହନୁମାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ପୋଲିସ୍ ଚଢାଉ କରିଥିଲା ।

ଲମତାପୁଟ(କେନ୍ୟୁଜ): ମାଛକୁଣ୍ଡ ପୋଲିସକୁ ସଫଳତା । ୫୦୫ କେଜି ଗଚ୍ଛିତ ଗଞ୍ଜେଇ ଜବତ କଲା ପୋଲିସ୍ । ସୂଚନା ଅନୁଯାୟୀ କୌଣସି ବିଶେଷ ସୂତ୍ରରୁ ଖବରପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ମାଛକୁଣ୍ଡ ଥାନା ଅଧୀନ ହନୁମାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ପୋଲିସ୍ ଚଢାଉ କରିଥିଲା ।

ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ପାଇଁ ରଖାଯାଇଥିବା ୧୫ଟି ଜରି ବସ୍ତାରେ ଗଚ୍ଛିତ ଗଞ୍ଜେଇ ରଖାଯାଇଥିଲା । ସବୁ ଗଞ୍ଜେଇକୁ ଜବତ କରି ଓଜନ କରିବାରୁ ୫୦୫ କେଜି ୨୦୦ ସହ ଗ୍ରାମ ଥିବା ଜଣାପଡିଛି ।

ଘଟଣାସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ, ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି । ଜବତ ଗଞ୍ଜେଇ କିଏ ରଖିଥିଲା ଓ କେଉଁ ଠାକୁ ଚାଲାଣ ହେଇଥାଆନ୍ତା? ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ନନ୍ଦପୁର ଏସଡିପିପ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.