Below header

ଲୋକପ୍ରିୟ ତାମିଲ ଗାୟିକା ଉମା ରାମନନଙ୍କ ନିଧନ, ୩୫ ବର୍ଷରେ କରିଛନ୍ତି ୬,୦୦୦ରୁ ଅଧିକ କନସର୍ଟ

ଲୋକପ୍ରିୟ ତାମିଲ ଗାୟିକା ଉମା ରାମନନଙ୍କ ପରଲୋକ ହୋଇଛି । ମାତ୍ର ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଏବଂ ତାମିଲ ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ତେବେ ଉମା ୩୫ ବର୍ଷରେ ୬,୦୦୦ରୁ ଅଧିକ ମ୍ୟୁଜିକ କନସର୍ଟ କରିଛନ୍ତି । ତାଙ୍କ ଶେଷ ଗୀତ ବିଜୟଙ୍କ ‘ଥିରୁପାଚୀ’ ପାଇଁ ଗୀତ ଗାଇଛନ୍ତି ।

ନିଜର ସ୍ୱର ଯାଦୁରେ ସମସ୍ତଙ୍କୁ ପାଗଳ କରିଥିବା ଲୋକପ୍ରିୟ ତାମିଲ ଗାୟିକା ଉମା ରାମନନଙ୍କ ପରଲୋକ ହୋଇଛି । ମାତ୍ର ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଫ୍ୟାନ୍ସ ଏବଂ ତାମିଲ ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ ।

ଉମାଙ୍କ ପରିବାରରେ ତାଙ୍କ ସ୍ୱାମୀ ଏଭି ରାମନନ ଏବଂ ପୁଅ ବିଘ୍ନେଶ ରହିଛନ୍ତି । ଉମାଙ୍କ ସ୍ୱାମୀ ମଧ୍ୟ ଗାୟକ । ଉମାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଉମାଙ୍କ ତିନି ଦଶକ ଧରି ସଫଳ କ୍ୟାରିଅର ରହିଥିଲା । ସେ ୧୯୯୭ରେ ଫିଲ୍ମ ଶ୍ରୀକୃଷ୍ଣ ଲୀଲା ପାଇଁ ଗୀତ ଗାଇ ଆରମ୍ଭ କରିଥିଲେ । ଉମାଙ୍କ ଗଳାରେ ମା’ ସରସ୍ୱତୀ ବାସ କରୁଥିଲେ । ସେ ଶାସ୍ତ୍ରୀୟ ସଂଗୀତରେ ମଧ୍ୟ ଟ୍ରେନିଂ ନେଇଥିଲେ । ଉମାର ସେହି ସମୟରେ ଏଭି ରାମନନଙ୍କ ସହିତ ଦେଖା ହୋଇଥିଲେ । ସେତେବେଳେ ଏଭି ରାମନନଙ୍କୁ ଷ୍ଟୋଜ ଶୋ ଏବଂ ସଂଗତ କାର୍ଯ୍ୟକ୍ରମ ପାଇଁ ଟ୍ୟାଲେଣ୍ଟଡ ଗାୟିକା ଖୋଜୁଥିଲେ । ଏହାପରେ ଦୁହେଁ ବହୁତ ଷ୍ଟେଜ ଶୋ କରିଥିଲେ । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଉମା ନିଜ ସ୍ୱାମୀଙ୍କ ପାଇଁ ଅନେକ ଗୀତ ଗାଇଛନ୍ତି । କିନ୍ତୁ ଇଲେୟାରାଜାଙ୍କ ସହିତ ତାଙ୍କ ଯୋଡି ତାଙ୍କୁ ଖୁବ୍‌ ଫେମ ଦେଇଥିଲା । ତାମିଲ ଇଣ୍ଡଷ୍ଟ୍ରୀରେ ନିଜର ଗୀତ ଯାଦୁରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେ ୧୦୦ରୁ ଅଧିକ ଗୀତ ଗାଇଛନ୍ତି । ଉମା ଏମଏସଭି, ଶଙ୍କର-ଗଣେଶ, ଟି ରାଜନ୍ଦର, ଦେବା, ଏସଏ ରାଜକୁମାର, ଚିଲି, ମଣି ଶର୍ମା, ଶ୍ରୀକାନ୍ତ ଦେବା ଏବଂ ବିଦ୍ୟାସାଗର ଭଳି ସଂଗୀତକାରଙ୍କ ସହିତ କାମ କରିଛନ୍ତି । ଉମା ହିନ୍ଦୀ ଫିଲ୍ମ ପାଇଁ ମଧ୍ୟ ଗୀତ ଗାଇଛନ୍ତି ।

ତେବେ ଉମା ୩୫ ବର୍ଷରେ ୬,୦୦୦ରୁ ଅଧିକ ମ୍ୟୁଜିକ କନସର୍ଟ କରିଛନ୍ତି । ତାଙ୍କ ଶେଷ ଗୀତ ବିଜୟଙ୍କ ‘ଥିରୁପାଚୀ’ ପାଇଁ ଗୀତ ଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.