Below header

ଦିଲ୍ଲୀରେ ଧୂଳିଝଡ଼ର ତାଣ୍ଡବ, ଗଛ ପଡ଼ି ୨ ମୃତ; ୨୩ ଆହତ

ଦିଲ୍ଲୀରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ଧୂଳିଝଡ଼ ସହ ବର୍ଷା ଦେଖିବାକୁ ମିଳିଥିଲା । ଏହି କାରଣରୁ ଦିଲ୍ଲୀ-ଏନ୍‌ସିଆର୍‌ର ଅନେକ ଅଞ୍ଚଳରେ ଗଛ ଉପୁଡ଼ି ପଡିଥିଲା । ପ୍ରବଳ ବେଗରେ ପବନ ବହିବା ଯୋଗୁ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୃଥକ୍‌ ଦୁର୍ଘଟଣାରେ ୨୩ ଜଣ ଆହତ ହୋଇଥିବା ସୂଚନା ରହିଛି ।

ଦିଲ୍ଲୀରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ଧୂଳିଝଡ଼ ସହ ବର୍ଷା ଦେଖିବାକୁ ମିଳିଥିଲା । ଏହି କାରଣରୁ ଦିଲ୍ଲୀ-ଏନ୍‌ସିଆର୍‌ର ଅନେକ ଅଞ୍ଚଳରେ ଗଛ ଉପୁଡ଼ି ପଡିଥିଲା । ପ୍ରବଳ ବେଗରେ ପବନ ବହିବା ଯୋଗୁ ଗଛ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୃଥକ୍‌ ଦୁର୍ଘଟଣାରେ ୨୩ ଜଣ ଆହତ ହୋଇଥିବା ସୂଚନା ରହିଛି ।

ଧୂଳିଝଡ଼ ବେଳେ ଗଛ ଉପୁଡ଼ି ପଡ଼ିବା ନେଇ ଦିଲ୍ଲୀ ପୋଲିସକୁ ୧୫୨ଟି କଲ୍‌ ଆସିଥିଲା । ଏହିପରି ବିଲ୍ଡିଂ କ୍ଷୟକ୍ଷତିର ୫୫ଟି କଲ୍‌ ଏବଂ ବିଦ୍ୟୁତ୍‌ କାଟ୍‌ର ୨୦୨ଟି କଲ୍‌ ପୋଲିସ ନିକଟକୁ ଆସିଥିଲା । ଶୁକ୍ରବାର ରାତିରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଧୂଳିଝଡ଼ ପରେ ପାଣିପାଗର ପରିବର୍ତ୍ତନ ଅନୁଭୂତ ହୋଇଥିଲା ।

ଏହି ଝଡ଼ତୋଫାନ କାରଣରୁ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି, ଯାହା ସଂସ୍ପର୍ଶରେ ଆସି ୧୭ ଜଣ ଆହତ ହୋଇଥିବା ବେଳେ ଗଛ ପଡ଼ି ୬ ଜଣ ଆହତ ହୋଇଥିବା ଖବର ରହିଛି । ଏହି ସମୟରେ ଦିଲ୍ଲୀ ପୋଲିସ ନିୟନ୍ତ୍ରଣ କକ୍ଷରେ ମୋଟ ୪୦୯ଟି କଲ୍ ରେକର୍ଡ କରାଯାଇଛି । ଏଥି ସହିତ ଦିଲ୍ଲୀ-ଏନ୍‌ସିଆରରେ ଗଛ ପଡ଼ିବା ହେତୁ ଅନେକ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଥିଲା । ରାଜଧାନୀର କିଛି ଅଞ୍ଚଳରେ ମଧ୍ୟ ଗଛ ପଡ଼ି ବିଲ୍ଡିଂ ଏବଂ କାର୍‌ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । କେବଳ ଏତିକି ନୁହେଁ, ପୃଥକ୍‌ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଆହତ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉ କି, ଦିଲ୍ଲୀ ପାଣିପାଗରେ ହଠାତ୍‌ ପରିବର୍ତ୍ତନ ହେତୁ ବିମାନବନ୍ଦରରେ ଏୟାର ଇଣ୍ଡିଆର ୯ଟି ବିମାନକୁ ଡାଏଭର୍ଟ କରି ଦିଆଯାଇଛି । ଆଜି ମଧ୍ୟ ଦିଲ୍ଲୀରେ ଧୂଳିଝଡ଼ ଏବଂ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ-ଏନ୍‌ସିଆରର ପାଣିପାଗ ମେ’ ୧୩ ପର୍ଯ୍ୟନ୍ତ ଏହିପରି ଜାରି ରହିବ । ଏହାପରେ ପାଗରେ ପରିବର୍ତ୍ତନ ସହିତ ଉତ୍ତାପ ବୃଦ୍ଧି ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.