ଆଜି ହାଇଭୋଲଟେଜ ପ୍ରଚାର: ମୈଦାନକୁ ଓହ୍ଲାଇବେ ନଡ୍ଡା, ଯୋଗୀ ଓ ବିଶ୍ୱଶର୍ମା

ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ଆଜି ହେବ ହାଇଭୋଲଟେଜ ପ୍ରଚାର। ଏଥିପାଇଁ ମୈଦାନକୁ ଓହ୍ଲାଇବେ ନଡ୍ଡା, ଯୋଗୀ ଓ ହିମନ୍ତ ବିଶ୍ୱଶର୍ମା । ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛି ବିଜେପି । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ କରିଛି ବଡ଼ ପ୍ଲାନ। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ।

ଭୁବନେଶ୍ୱର (କେନ୍ୟୁଜ); ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି ।  ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ଆଜି ହେବ ହାଇଭୋଲଟେଜ ପ୍ରଚାର । ଏଥିପାଇଁ ମୈଦାନକୁ ଓହ୍ଲାଇବେ ନଡ୍ଡା, ଯୋଗୀ ଓ ହିମନ୍ତ ବିଶ୍ୱଶର୍ମା । ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛି ବିଜେପି । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ କରିଛି ବଡ଼ ପ୍ଲାନ। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ।

ଆଜି ପୁଣି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦା ସଭାରେ ଯୋଗଦେବେ ନଡ୍ଡା । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି । ସାଲେପୁର ଓ ଚିଲିକାରେ ପ୍ରଚାର କରିବେ ଯୋଗୀ । ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦେବଗଡ଼, ବଡ଼ବିଲ, ଚୌଦ୍ବାର ଓ ବଡମ୍ବାରେ ସଭା କରିବେ।

ସେହିପରି ୨୫ରେ ଅମିତ ଶାହ ଓ ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଜନସଭାରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲ ସିଂ ତୋମାରଙ୍କ ସୂଚନା ଦେଇଛନ୍ତି ।

 

 

Leave A Reply

Your email address will not be published.