ଅଧୁରା ରହିଗଲା କୋହଲିଙ୍କ ସ୍ୱପ୍ନ, ୪ୱିକେଟରେ RCBକୁ ହରାଇ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସ

କ୍ୱାଲିଫାୟର ୨ରେ ରାଜସ୍ଥାନ । ଲଗାତାର ୬ଟି ମ୍ୟାଚ ଜିତି ପ୍ଲେଅଫକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଆଇପିଏଲରୁ ଏଲିମିନେଟ ହୋଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ୪ୱିକେଟରେ ବେଙ୍ଗାଳୁରୁକୁ ହରାଇ କ୍ୱାଲିଫାୟର ୨ରେ ପହଞ୍ଚିଛି । ତା ସହ ଚାରି ମ୍ୟାଚ୍ ପରାଜୟ ଧାରାରେ ବ୍ରେକ୍ ଲଗାଇଛି। ଫଳରେ ଆର୍‌ସିବି ଓ ‌ବିରାଟ କୋହଲିଙ୍କ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି।

ହାରିଲା ଦଳ ଭାଙ୍ଗିଲା ସ୍ବପ୍ନ । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗତକାଲି ରାଜସ୍ଥାନ ରୟାଲସ ଠାରୁ ହାରି ଯାଇଛି । ବିଜୟୀ ହୋଇ କ୍ୱାଲିଫାୟର ୨ରେ ପହଞ୍ଚିଛି ରାଜସ୍ଥାନ ।  ଲଗାତାର ୬ଟି ମ୍ୟାଚ ଜିତି ପ୍ଲେଅଫକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଆଇପିଏଲରୁ ବିଦା ହୋଇଛି ।  ଆଉ ପୁଣି ଥରେ ଟ୍ରଫି ଜିତିବାର ସ୍ବପ୍ନ ଧୂଳିସାତ୍ ହୋଇଛି ।  ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ୪ୱିକେଟରେ ବେଙ୍ଗାଳୁରୁକୁ ହରାଇ କ୍ୱାଲିଫାୟର ୨ରେ ପହଞ୍ଚିଛି ।

ଆରସିବି ପକ୍ଷରୁ ୧୭୩ ରନର ଲକ୍ଷ୍ୟ ଦିଆଯାଇଥିଲା ।  ତେବେ ଏହାକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିଥିଲା ରାଜସ୍ଥାନ ।  ଆସନ୍ତାକାଲି ଚେନ୍ନାଇରେ ହେବାକୁ ଥିବା ଦ୍ୱିତୀୟ କ୍ବାଲିଫାୟରରେ ରାଜସ୍ଥାନର ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ ସହିତ ହେବ । ଏହି ମ୍ୟାଚର ବିଜେତା ଦଳ ରବିବାର ଫାଇନାଲରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ।

Leave A Reply

Your email address will not be published.