ପାରାଦୀପ ବନ୍ଦରରେ ଅଘଟଣ, ଜାହାଜରୁ ଖସି ପଡ଼ି ବିଦେଶୀ ନାଗରିକଙ୍କ ମୃତ୍ୟୁ

ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡ଼ି ବିଦେଶୀ ନାଗରିକଙ୍କ ମୃତ୍ୟୁ । କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜରେ ଅପେକ୍ଷା କରିଥିବା ମାଲ୍ଟା ଫ୍ଲାଗର ଜାହାଜ 'ଏମଭି ଯୁକାଡ଼' ର ଜଣେ ଓ.ଏସ. ମ୍ୟାନ ଙ୍କ ମୃତ୍ୟୁ ଘଟିଛି । ବୁଧବାର ଦିନ ଅପରାହ୍ଣରେ ଏହି ଜାହାଜର କ୍ରେନରେ ଫିଲିପାଇନ୍ସର ନାବିକ ଆଜାରକନ ୟର୍ଲ ୱଲହେଲ୍ମ କ୍ୟୁରାଓ ସଫେଇ କରୁଥିବା ବେଳେ ହଠାତ ତଳକୁ ଖସିପଡ଼ିଥିଲେ ।

ପାରାଦୀପ (କେନ୍ୟୁଜ): ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡ଼ି ବିଦେଶୀ ନାଗରିକଙ୍କ ମୃତ୍ୟୁ । କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜରେ ଅପେକ୍ଷା କରିଥିବା ମାଲ୍ଟା ଫ୍ଲାଗର ଜାହାଜ ‘ଏମଭି ଯୁକାଡ଼’ ର ଜଣେ ଓ.ଏସ. ମ୍ୟାନ ଙ୍କ ମୃତ୍ୟୁ ଘଟିଛି । ବୁଧବାର ଦିନ ଅପରାହ୍ଣରେ ଏହି ଜାହାଜର କ୍ରେନରେ ଫିଲିପାଇନ୍ସର ନାବିକ ଆଜାରକନ ୟର୍ଲ ୱଲହେଲ୍ମ କ୍ୟୁରାଓ ସଫେଇ କରୁଥିବା ବେଳେ ହଠାତ ତଳକୁ ଖସିପଡ଼ିଥିଲେ । ତାଙ୍କୁ ଆଙ୍କରେଜରୁ ଉଦ୍ଧାର କରି ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଜାହାଜଟି ବାଂଲାଦେଶରେ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରକୁ କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜ ରହିଥିଲା ।  ଏନେଇ ପାରାଦୀପ ନେହେରୁବଙ୍ଗଳା ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଜାରି ରହିଛି ।  ଫିଲିପାଇନ୍ସ ଦୂତାବାସ ସହିତ ଯୋଗାଯୋଗ କରାଯାଇ ମୃତ ଶରୀର ପଠା ଯିବାକୁ ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.