କାହିଁକି ପାଳନ କରାଯାଏ ନ୍ୟାସନାଲ୍‌ ଟେକ୍ନୋଲୋଜି ଡେ’, ଜାଣନ୍ତୁ ଏହି ଦିନର ମହତ୍ତ୍ୱ

୧୯୯୮ରେ ପୋଖରାନ-୨ ନ୍ୟୁକ୍ଲିୟର ଟେଷ୍ଟର ସଫଳତାକୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଏ । ଯାହା ଭାରତକୁ ବିଶ୍ୱର ଷଷ୍ଠ ପରମାଣୁ ଶକ୍ତି ଥିବା ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିଥିଲା ।

ଭାରତ ପ୍ରତ୍ୟେକ ବର୍ଷ ମେ ୯ ରେ ନ୍ୟାସନାଲ୍‌ ଟେକ୍ନୋଲୋଜି ଡେ’ ପାଳନ କରିଥାଏ । ୧୯୯୮ରେ ପୋଖରାନ-୨ ନ୍ୟୁକ୍ଲିୟର ଟେଷ୍ଟର ସଫଳତାକୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଏ । ଯାହା ଭାରତକୁ ବିଶ୍ୱର ଷଷ୍ଠ ପରମାଣୁ ଶକ୍ତି ଥିବା ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିଥିଲା । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ବିଶେଷ ଦିନ । ଏହି କାରଣରୁ ଏହି ଦିନର ଖାସ୍‌ ମହତ୍ତ୍ୱ ରହିଛି ।

ଏହି ଦିନ ଭାରତର ବୈଜ୍ଞାନିକ ଏବଂ ଟେକନିକ୍‌ ଦିଗରେ ହୋଇଥିବା ଉନ୍ନତିକୁ ପ୍ରତିଫଳିତ କରେ । ଏହି ଦିନ ପାଳନ କରିବା ପଛରେ କାରଣ ହେଉଛି ଯୁବପିଢ଼ିମାନେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରେରଣା ପାଇବେ । ଏହି ଦିନ ଦେଶର ସୁରକ୍ଷାରେ ଟେକ୍ନୋଲୋଜି କିପରି ସାହାଯ୍ୟ କରୁଛି, ତାହା ସ୍ମରଣ କରାଏ ।

୨୦୨୪ ପାଇଁ ନ୍ୟାସନାଲ୍‌ ଟେକ୍ନୋଲୋଜି ଡେ’ର କଣ୍ଟେଣ୍ଟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ପୂର୍ବ ବର୍ଷର କଣ୍ଟେଣ୍ଟରେ ‘ଆତ୍ମନିର୍ଭରଶୀଳ ଭାରତରେ ଟେକ୍ନୋଲୋଜିର ମହତ୍ତ୍ୱ’(୨୦୨୩), ‘ଗ୍ରୀନ୍‌ ଟେକ୍ନୋଲୋଜି: ଏକ ସ୍ଥାୟୀ ଭବିଷ୍ୟ ପାଇଁ ’(୨୦୨୨) ଏବଂ ‘ଡିଜିଟାଲ ଇଣ୍ଡିଆ : ଏକ ସଶକ୍ତ ରାଷ୍ଟ୍ର’ (୨୦୨୧) ସାମିଲ ଥିଲା ।

ଏହି ଦିନରେ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ, ଯେଉଁଥିରେ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ସମ୍ମାନିତ କରିବା, ସେମିନାର ଆୟୋଜନ ଏବଂ ଯୁବକମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଏ । ଏହି ଦିନ ବିଜ୍ଞାନ ଏବଂ ଟେକ୍ନୋଲୋଜି ବିଷୟରେ ସଚେତନତା ବଢ଼ାଇବା ପାଇଁ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଏ ।

ନ୍ୟାସନାଲ ଟେକ୍ନୋଲୋଜି ଡେ’ ଭାରତର ବୈଜ୍ଞାନିକ ଏବଂ ଟେକନିକ୍‌ ଉନ୍ନତି ର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ । ଏହି ଦିନ ଦ୍ୱାରା ଦେଶର ବିକାଶରେ ବିଜ୍ଞାନ ଏବଂ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଜଣାପଡ଼ିଥାଏ । ଯୁବକମାନଙ୍କୁ ଏହି ଦିନ ପାଳନ କରିବା ଦ୍ୱାରା ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିଅର୍‌ ଗଢ଼ିବାକୁ ପ୍ରେରଣା ମିଳିଥାଏ ।

 

Leave A Reply

Your email address will not be published.