ପତ୍ନୀକୁ ଅନ୍ୟ ପୁରୁଷ ସହ କାବୁ କଲେ ଡାକ୍ତର ସ୍ୱାମୀ, ନିର୍ଦ୍ଧୁମ ଛେଚିଲେ

ଉତ୍ତରପ୍ରଦେଶର କସଗଞ୍ଜର ଏକ ହୋଟେଲରେ । ଯେଉଁଠି ଜଣେ ଡାକ୍ତର ନିଜ ପତ୍ନୀକୁ ଅନ୍ୟ ପୁରୁଷ ସହ ଆପତ୍ତିଜନକ ଅବସ୍ଥାରେ ଧରିଛନ୍ତି । ଗୋଟିଏ ନୁହେଁ ଆଜ୍ଞା ଏକାବେଳକେ ଦୁଇ ଦୁଇଟି ପୁରୁଷ ସହ ।

ଲକ୍ଷ୍ନୌ: ପ୍ରେମ କଣ ସତରେ ମଣିଷକୁ ଅନ୍ଧ କରିଦିଏ । ଯେଉଁଠି ଜଣେ ବିବାହିତା ନାରୀ ବି ଭୁଲିଯାଏ ତା ସିନ୍ଦୂରକୁ । ପ୍ରେମିକ ଆଗରେ ସ୍ୱାମୀକୁ କରିପାରେ ତୁଚ୍ଛ । ଦର୍ଶକବନ୍ଧୁ ବିବାହ ଏକ ପବିତ୍ର ବନ୍ଧନ । ଏହି ପବିତ୍ର ବନ୍ଧନକୁ ପାଳନ କରିବାକୁ ଯାଇ ସାରା ଜୀବନ ମଣିଷ କର୍ତ୍ତବ୍ୟରେ ନିଜକୁ ବ୍ୟସ୍ତ ରଖିଥାଏ । ଭାରତ ଏକ ଧାର୍ମିକ ଦେଶ ଏଠାରେ ଅନେକ ନିୟମ ରହିଛି । ସେହି ନିୟମକୁ ଆମ ରୀତି ନୀତି ଅନୁଯାୟୀ ପାଳନ କରାଯାଇଥାଏ ।

କୌଣସି ସଂପର୍କରେ ପ୍ରେମ ଏବଂ ବିଶ୍ୱାସ ନୀହାତି ଜରୁରୀ । ଲୋକମାନେ ନିଜ ସାଥୀଙ୍କ ସହିତ ପ୍ରେମର ଗଭୀରତା ଜାଣିବା ପାଇଁ ଅନେକ ପ୍ରକାର ପଦକ୍ଷେପ ନେଇଥାନ୍ତି । ତେବେ ଆଜିକାଲି କିନ୍ତୁ ଅନେକ କ୍ଷେତ୍ରରେ ପ୍ରେମରେ ପ୍ରତାରଣାର କାହାଣୀର ଦେଖିବାକୁ ମିଳୁଛି । ତା ପୁଣି ବିବାହ କରିବା ପରେ ।

ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଉତ୍ତରପ୍ରଦେଶର କସଗଞ୍ଜର ଏକ ହୋଟେଲରେ । ଯେଉଁଠି ଜଣେ ଡାକ୍ତର ନିଜ ପତ୍ନୀକୁ ଅନ୍ୟ ପୁରୁଷ ସହ ଆପତ୍ତିଜନକ ଅବସ୍ଥାରେ ଧରିଛନ୍ତି । ଗୋଟିଏ ନୁହେଁ ଆଜ୍ଞା ଏକାବେଳକେ ଦୁଇ ଦୁଇଟି ପୁରୁଷ ସହ । ଯାହାର ଦୃଶ୍ୟଟି କଏଦ ହୋଇଛି କ୍ୟାମେରାରେ । ଯେଉଁ ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ପବନ ବେଗରେ ଭାଇରାଲ୍ ହେବା ସହିତ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।

ସୂଚନା ମୁତାବକ, ବେଶ୍ କିଛି ଦିନ ହେବ ପତି ଜଣଙ୍କ ନିଜ ପତ୍ନୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରି ଆସୁଥିଲେ । ପତ୍ନୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରି ଶେଷରେ ସବୁ ଘଟଣା ପଦାକୁ ଆଣିଥିଲେ । ସ୍ୱାମୀ ଗୁରୁବାର ରାତିରେ ଏକ ହୋଟେଲ୍‌ ରୁମ୍‌କୁ ଯାଇ ପତ୍ନୀଙ୍କୁ ଅପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାପରେ ତିନି ଜଣକଙ୍କୁ ନିର୍ଦ୍ଧୁମ ଛେଚିଥିଲେ ।

ସୂଚନା ମୁତାବକ, ଘରୋଇ ବିବାଦ ପରେ ଏହି ଦମ୍ପତି ଗତ ଏକ ବର୍ଷ ହେବ ଅଲଗା ଅଲଗା ରହି ଆସୁଥିଲେ । ତେବେ ଏହି ଘଟଣାା ପରେ ପୋଲିସ୍‌ ଏବେ ମହିଳାଙ୍କୁ ଗିରଫ କରିଥିବା ଜଣାପଡଇଛି । ତେବେ ମହିଳା ଜଣକ ମଧ୍ୟ ଏକ ସରକାରୀ ହସ୍ପିଟାଲ୍‌ର ଡାକ୍ତର ଭାବେ କାମ କରନ୍ତି । ଯେଉଁ ଦୁଇ ପୁରୁଷଙ୍କ ସହ ସେ ସଂପର୍କ ରଖୁଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଗାଜିଆବାଦ୍‌ର ହୋଇଥିବା ବେଳେ ଅନ୍ୟ ଜଣେ ବୁଲନ୍ଦସହରର।

ସ୍ୱାମୀ ଜଣକ ନିଜ ସ୍ତ୍ରୀ ଓ ଧରାପଡିଥିବା ଦୁଇ ପୁରୁଷଙ୍କ ନାମ ଅଭିଯୋଗ ଆଣି ମାମଲା ରୁଜୁ କରିଛନ୍ତି । ମହିଳା ଜଣକ ଏପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କ ବିରୋଧରେ କୌଣସି ଅଭିଯୋଗ କରିନାହାଁନ୍ତି । ଏପଟେ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ୍ । ସତରେ ଆଜିକାଲି ଦୁନିଆରେ କଣ ସବୁ ଘଟିଲାଣି । ମଣିଷ କେଇ ମିନିଟ୍ ର ସୁଖ ପାଇଁ ଏଭଳି ପଦକ୍ଷପ ନେଇଯାଉଛି ଯାହା ତାକୁ ସାରା ଜୀବନ ସମସ୍ତଙ୍କ ସାମ୍ନା ଲଜ୍ଜିତ କରିବ ।

ତେବେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସ୍ନେହ, ପ୍ରେମ ଓ ଆଦରରେ ବନ୍ଧା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ଏହି ପବିତ୍ର ବନ୍ଧନ ପାଇଁ ସମର୍ପଣ ଭାବ ନିହାତି ରହିବା ଆବଶ୍ୟକ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥାନ୍ତି ଦୁଇ ଭିନ୍ନ ମଣିଷ । କେବଳ ଭଲପାଇବା ଓ ବିଶ୍ୱାସ ଆଧାରରେ ଗଢିଉଠିଥାଏ ଏଇ ସମ୍ପର୍କ । ତେବେ ଏହି ସମ୍ପର୍କରେ ଯଦି କେହି ଅନ୍ୟକୁ ପ୍ରତାରଣା ଦିଏ ତାହାହେଲେ ଏହି ପବିତ୍ର ସମ୍ପର୍କ କେଇ ସେକେଣ୍ଡରେ ଭାଙ୍ଗି ରୁଜି ଚୁରମାର ହୋଇଯାଏ ।

 

 

Leave A Reply

Your email address will not be published.