Below header

ଉତ୍ତରପ୍ରଦେଶ : ଗରମରେ ପିଲାଙ୍କୁ ସ୍କୁଲମୁହାଁ କରିବାକୁ ଅଭିନବ ପ୍ରୟାସ, କ୍ଲାସରୁମରେ ପିଲା ପାଠପଢିବା ସହିତ ନେଉଛନ୍ତି ସୁଇମିଂ ପୁଲର ମଜା

ପାଠପଢ଼ା ସହ ପିଲାଙ୍କୁ ମଜାମସ୍ତିର ସୁଯୋଗ ଦେବାକୁ ଏକ କ୍ଲାସକୁ ସୁଇମିଂ ପୁଲରେ ପରିଣତ କରି ଦେଇଛନ୍ତି କର୍ତ୍ତୃପକ୍ଷ । ପିଲା ବି ଏହାର ମଜା ନେଇ ଏବେ ସ୍କୁଲମୁହାଁ ହେବାରେ ଲାଗିଛନ୍ତି । ପିଲାମାନେ କ୍ଲାସରୁମରେ ଗରମରୁ ବଞ୍ଚିବା ପାଇଁ ଗାଧୋଇବା ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି । ଉତ୍ତରପ୍ରଦେଶ କନୌଜ ଜିଲ୍ଲାରେ ଥିବା ଏକ ପ୍ରାଇମେରୀ ସ୍କୁଲ କର୍ତ୍ତୃପକ୍ଷ ଅଭିନବ ଉପାୟ ଆପଣାଇଛନ୍ତି ।

ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ରାଜ୍ୟ ସରକାର ସ୍କୁଲ ଛୁଟି କରି ଦେଇଥିବା ବେଳେ ଯେଉଁଠାରେ ସ୍କୁଲ ଖୋଲା ଅଛି ସେଠାରେ ବି ଉପସ୍ଥାନ କମ୍ ରହୁଛି । ଏପରି ସ୍ଥିତିରେ ପିଲାଙ୍କୁ ସ୍କୁଲମୁହାଁ କରିବାକୁ ଅଭିନବ ଉପାୟ ଆପଣାଇଛନ୍ତି ଉତ୍ତରପ୍ରଦେଶ କନୌଜ ଜିଲ୍ଲାରେ ଥିବା ଏକ ପ୍ରାଇମେରୀ ସ୍କୁଲ କର୍ତ୍ତୃପକ୍ଷ ।

ପାଠପଢ଼ା ସହ ପିଲାଙ୍କୁ ମଜାମସ୍ତିର ସୁଯୋଗ ଦେବାକୁ ଏକ କ୍ଲାସ୍କୁ ସୁଇମିଂ ପୁଲରେ ପରିଣତ କରି ଦେଇଛନ୍ତି କର୍ତ୍ତୃପକ୍ଷ । ପିଲା ବି ଏହାର ମଜା ନେଇ ଏବେ ସ୍କୁଲମୁହାଁ ହେବାରେ ଲାଗିଛନ୍ତି । ପିଲାମାନେ କ୍ଲାସରୁମରେ ଗରମରୁ ବଞ୍ଚିବା ପାଇଁ ଗାଧୋଇବା ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଭାଇରଲ ଭିଡିଓରେ କ୍ଲାସରୁମ୍‌ ସୁଇମିଂ ପୁଲରେ ପିଲାମାନେ ମସ୍ତି କରୁଥିବାର ନଜର ଆସିଛନ୍ତି ।

ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଏବେ ଅସହ୍ୟ ଗରମ ଲୋକଙ୍କ ଅତିଷ୍ଠ କରି ପକାଉଛି । ଫଳରେ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ୁ ନ ଥିବାରୁ ଉପସ୍ଥାନ କମୁଛି । ତେଣୁ କନୌଜ ଜିଲ୍ଲାର ଉମର୍ଦା ବ୍ଲକର ମହସୋନାପୁର ସ୍ଥିତ ପ୍ରାଥମିକ ସ୍କୁଲରେ ଅଭିନବ ପ୍ରୟାସ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଉତ୍ତରପ୍ରଦେଶରେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ରହିଛି । ତେଣୁ ଏହି ସ୍କୁଲର ଶିକ୍ଷକମାନେ ପିଲାଙ୍କ ଉପସ୍ଥାପନା ବଢାଇବା ପାଇଁ କ୍ଲାସରୁମକୁ ସୁଇମିଂ ପୁଲରେ ପରିଣତ କରିଛନ୍ତି ।

ଏକ କ୍ଲାସ୍ ରୁମରେ ପାଣି ଭର୍ତ୍ତି କରି ତାହାକୁ ସୁଇମିଂ ପୁଲ୍ କରି ଦିଆଯାଇଛି । ଛୋଟ ଛୋଟ ପିଲା କେବଳ ସୁଇମିଂ ପୁଲର ମଜା ନେବା ପାଇଁ ସ୍କୁଲକୁ ଆସିବା ଆରମ୍ଭ କରିଛନ୍ତି । ଏହି ଅବସରରେ ଶିକ୍ଷକ ସେମାନଙ୍କୁ ଶିକ୍ଷାଦାନ କରିବାର ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି । ଏହାଦ୍ୱାରା ପାଠପଢ଼ା ସହ ସେମାନଙ୍କର ଭରପୂର ମନୋରଞ୍ଜନ ହେଉଥିବାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବେ ସ୍କୁଲ ଆସୁଥିବା କହିଛନ୍ତି ପ୍ରଧାନଶିକ୍ଷକ । ଏହା ପଛର କାରଣ କେବଳ ପିଲାଙ୍କୁ ସ୍କୁଲ ମୁହାଁ କରିବା ।

ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ପ୍ରୟାସଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି । ଏଭଳି ପ୍ରୟାସ ଯୋଗୁଁ ପିଲାମାନେ ସ୍କୁଲ ଯିବାକୁ ମନ ବଳାଉଛନ୍ତି । ତେବେ ପ୍ରତ୍ୟେକ ସ୍କୁଲରେ ଏଭଳି ପ୍ରୟାସ କଲେ ପିଲାଙ୍କ ଉପସ୍ଥାପନା ନିଶ୍ଚିତ ବଢିବ ବୋଲି ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.