ଆସୁଛନ୍ତି ରାହୁଲ ଓ ଶାହ, ଓଡ଼ିଶାରେ କରିବେ ନିର୍ବାଚନୀ ପ୍ରଚାର

ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ, ଶାହ । ଭୁବନେଶ୍ବରରେ ପହଞ୍ଚିବା ପରେ ବଲାଙ୍ଗୀର ଅଭିମୁଖେ ଯିବେ ରାହୁଲ ଗାନ୍ଧୀ ।  ବଲାଙ୍ଗିର ଆସନ ବଜାୟ ରଖିବାକୁ କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି କାଲି ଓଡ଼ିଶା ଆସିବେ। କଟକ , ସୋରଡ଼ା ଓ ବୌଦ୍ଧ ଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ ଶାହ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ, ଶାହ । ଭୁବନେଶ୍ବରରେ ପହଞ୍ଚିବା ପରେ ବଲାଙ୍ଗୀର ଅଭିମୁଖେ ଯିବେ ରାହୁଲ ଗାନ୍ଧୀ । ବଲାଙ୍ଗିର ଆସନ ବଜାୟ ରଖିବାକୁ କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛି । କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବାପା ତଥା ବିଧାୟକ ନରସିଂହ ମିଶ୍ରଙ୍କ ଗତ ୧୦ ବର୍ଷର ବିକାଶ ମୂଳକ କାର୍ଯ୍ୟ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ବଲାଙ୍ଗିରକୁ ବିଜେପି ଓ ବିଜେଡିର ତୁଙ୍ଗ ନେତୃବୃନ୍ଦ ପ୍ରଚାର ପାଇଁ ଆସି ସରିଥିବା ବେଳେ ଆସନ୍ତାକାଲି କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବେ ଆସୁଛନ୍ତି ରାହୁଲ ଗାନ୍ଧୀ ।

ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି କାଲି ଓଡ଼ିଶା ଆସିବେ ।  ମଧ୍ୟାହ୍ନ ୧୨.୩୦ ମିନିଟରେ ଅମିତ ଶାହା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ କଟକ , ସୋରଡ଼ା ଓ ବୌଦ୍ଧ ଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ ଶାହ ।  ଏହାପରେ ଅପରାହ୍ନ ୩.୩୦ ମିନିଟରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗ ଦେବେ।  ସେଠାରୁ ଫେରି ସନ୍ଧ୍ୟା ୫ ଟା ୩୦ରେ କଟକରେ ରୋଡ ସୋ ରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ।  ସେହିପରି ୧୭ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆସି ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.