ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୬ ଗୁରୁତର

ଜଳେଶ୍ବର (କେନ୍ୟୁଜ): ପଶ୍ଚିମବଙ୍ଗର ୧୬ ନମ୍ବର ଜାତୀୟ ରାଜପଥ ନାରାୟଣଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବିଳମ୍ବିତ ରାତିରେ ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଫଳରେ ୬ ଜଣ ଗୁରୁତର ଏବଂ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଭୁବନେଶ୍ବରରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନାଗେଶ୍ବରୀ ନାମକ ଘରୋଇ ବସ ଭୁବନେଶ୍ବରରୁ କଲିକତା ଅଭିମୁଖେ ଯାଉଥିଲା । ଏହି ସମୟର ପଶ୍ଚିମବଙ୍ଗର ୧୬ ନମ୍ବର ଜାତୀୟ ରାଜପଥ ନାରାୟଣଗଡ ନିକଟରେ ବସଟି ଭାରସାମ୍ଯ ହରାଇ ଓଲଟିଲା ପଡିଥିଲା । ଏଥିରେ ୬ ଜଣ ଗୁରୁତର ଏବଂ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ଜାତୀୟ ରାଜପଥ ପାଟ୍ରୋଲିଂ ପୋଲିସ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ପଶ୍ଚିମବଙ୍ଗ ପୋଲିସ ତଦନ୍ତ ଜାରି ରଖିଛି ।

ସେହିପରି ଆଜି ଯାଜପୁର ବଡ଼ଚଣା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଥିଲା ଯାତ୍ରୀବାହୀ ବସ୍ । ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କଲିକତାରୁ ସାମୋଲି ଟ୍ରାଭେଲ୍ସର ଏକ ବସ୍ ପୁରୀ ଅଭିମୁଖେ ଯାଉଥିଲା । ବଡ଼ଚଣା କଡେଇ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା ।

Leave A Reply

Your email address will not be published.