ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ : ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ, ଚୀନ, ପାକିସ୍ତାନ ଏବଂ ମାଳଦ୍ୱୀପକୁ ମିଳିନି ନିମନ୍ତ୍ରଣ

ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ୮ ତାରିଖ ସଂଧ୍ୟା ୮ଟା ବେଳେ ମୋଦି ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି । ମୋଦି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବ ପାଇଁ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ ଦିଆଗଲାଣି ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ୱିକ୍ରମ ସିଂଘେଙ୍କୁ ନିମନ୍ତ୍ରଣ କରାଯାଇଛି । ଭୁଟାନ, ନେପାଳ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ୨୦୧୯ରେ BIMSTEC ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାଛଡା ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ହେମା ମାଳିନୀ, କଙ୍ଗନା ରଣାଓ୍ଵତ, ଅରୁଣ ଗୋଭିଲ, ରଜନୀକାନ୍ତ, କରନ ଜୋହର, ଅନିଲ କପୁର, ଅନୁପମ ଖେର, ବୋନି କପୁର ଏବଂ ଜିତେନ୍ଦ୍ର ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଚୀନ, ପାକିସ୍ତାନ ଏବଂ ମାଳଦ୍ୱୀପର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ ।

ନୂଆ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହ ପ୍ରସ୍ତୁତି ପାଇଁ ରାଷ୍ଟ୍ରପତି ଭବନ ଜୁନ୍‌ ୯ ଯାଏଁ ବନ୍ଦ ରହିବ ।

ଅନ୍ୟପଟେ ମୋଦି ଏନଡିଏ ନେତା ନିର୍ବାଚିତ ହେବା ପରେ ମୋଦିଙ୍କୁ ଶୁଭେଛାର ସୁଅ ଛୁଟିଛି । ଗତକାଲି ଏନଡିଏ ବୈଠକରେ ମୋଦି ନେତା ନିର୍ବାଚିତ ହୋଇଥିଲେ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସହ ରେକର୍ଡ କରିବାକୁ ଯାଉଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ଗଠନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.