Below header

ଦିଲ୍ଲୀ: ମା’ର ମୃତ୍ୟୁ ପରେ ନାବାଳିକା ଝିଅକୁ ଦୁଷ୍କର୍ମ, ବାପାକୁ ଆଜୀବନ

ଦିଲ୍ଲୀରେ ଘଟିଛି ଏକ ଅମାନବୀୟ ଘଟଣା । ଘଟଣା ଏପରି ଯେ ଆପଣ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏଠି ମା’ର ମୃତ୍ୟୁ ପରେ ନିଜର ୧୧ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା ।

ଦିଲ୍ଲୀରେ ଘଟିଛି ଏକ ଅମାନବୀୟ ଘଟଣା । ଘଟଣା ଏପରି ଯେ ଆପଣ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏଠି ମା’ର ମୃତ୍ୟୁ ପରେ ନିଜର ୧୧ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କୋର୍ଟ ପୀଡ଼ିତାଙ୍କ ବାପାଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ପୀଡ଼ିତାଙ୍କ ଥଇଥାନ ପାଇଁ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ‘ପିଟିଆଇ’ ମୁତାବକ, POCSO ଆକ୍ଟର ଧାରା ୬ ଅଧୀନରେ ଦୋଷୀ ସାବ୍ୟସ୍ତ ହୋଇଥିବା ବାପାକୁ ସ୍ୱତନ୍ତ୍ର ଜଜ୍ ଅନୁ ଅଗ୍ରୱାଲ ଦଣ୍ଡ ଶୁଣାଇଛନ୍ତି । ଏପ୍ରିଲ ୨୭ରେ ଦିଆଯାଇଥିବା ଆଦେଶରେ କୋର୍ଟ କହିଛନ୍ତି ଯେ ଆଜୀବନ କାରାଦଣ୍ଡର ଅର୍ଥ ‘ଦୋଷୀଙ୍କର ଅବଶିଷ୍ଟ ପ୍ରାକୃତିକ ଜୀବନ’ । କୋର୍ଟ ପ୍ରକ୍ରିୟା ସମୟରେ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅରୁଣ କେ.ଭି. ଦୋଷୀଙ୍କୁ ସର୍ବାଧିକ ଦଣ୍ଡ ଦାବି କରିଥିଲେ ।

ଜଜ୍ କହିଛନ୍ତି ଯେ ମା’ର ମୃତ୍ୟୁ ପରେ ଦୋଷୀ ନିଜର ୧୧ ବର୍ଷୀୟା ଝିଅକୁ ଯୌନ ନିର୍ଯାତନା ଦେଇଥିଲେ । ଅନେକ ସମୟରେ ଶୁଣାଯାଉଥିବା ବାକ୍ୟାଂଶ ‘ପାପା କି ଲାଡଲି’ ଜଣେ ବାପା ଓ ଝିଅ ମଧ୍ୟରେ ଥିବା ସ୍ନେହପୂର୍ଣ୍ଣ ସମ୍ପର୍କକୁ ଦର୍ଶାଏ । ଯଦି ରକ୍ଷକ ହିଁ ଭକ୍ଷକ ସାଜେ, ତେବେ ପିଲାଟି କ’ଣ କରିବା ଉଚିତ୍?

ଅଦାଲତ କହିଛନ୍ତି, ଯଦି ଦୋଷୀ ଜଣକ ପିଲାଟିର ଜୈବିକ ବାପା, ତେବେ ଏହା ବିଶ୍ୱାସଘାତକତା ଏବଂ ସାମାଜିକ ମୂଲ୍ୟବୋଧ ହାନିର ବରାବର ହେବ । ଏହି ପ୍ରକାରର ଅପରାଧ ଶିଶୁ ଉପରେ ଲମ୍ବା ସମୟ ଧରି ଚାଲୁଥିବା ଭାବନାତ୍ମକ ଏବଂ ମାନସିକ ପ୍ରଭାବ ପକାଇଥାଏ । ଏଠି ପୀଡ଼ିତା ଏପରି ଅଦୃଶ୍ୟ କ୍ଷତ ସହିତ ନିଜ ପରିବାର, ବନ୍ଧୁ ପରିଜନ ଏବଂ ବିଶେଷକରି ସମାଜରେ ବିଶ୍ୱାସ ହରାଇବସିଲା । କୋର୍ଟ ପୀଡ଼ିତାଙ୍କୁ ରିଲିଫ୍‌ ଏବଂ ପୁନର୍ବାସ ପାଇଁ ମୋଟ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.