ମୁମ୍ବାଇରେ ଘୂର୍ଣ୍ଣିଝଡ଼ରେ ହୋର୍ଡିଂ ଭାଙ୍ଗିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇରେ ଘୂର୍ଣ୍ଣିଝଡ଼ର ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଯାଇଥିଲା । ଏହି ସମୟରେ ଏକ ଲୁହାର ବିଶାଳ ଟାୱାର ଭାଙ୍ଗିପଡ଼ିଛି ।ଘାଟକୋପରରେ ବିରାଟ ହୋର୍ଡିଂ ଭାଙ୍ଗି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ଏଥିରେ ୭୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ଅପରାହ୍ଣରେ ମୁମ୍ବାଇରେ ହଠାତ ବର୍ଷା ସହ ମାଡ଼ି ଆସିଥିଲା ଭୟଙ୍କର ଧୂଳିଝଡ଼ ।

ନୂଆଦିଲ୍ଲୀ : ମୁମ୍ବାଇରେ ଘୂର୍ଣ୍ଣିଝଡ଼ର ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଯାଇଥିଲା । ଏହି ସମୟରେ ଏକ ଲୁହାର ବିଶାଳ ଟାୱାର ଭାଙ୍ଗିପଡ଼ିଛି ।ଘାଟକୋପରରେ ବିରାଟ ହୋର୍ଡିଂ ଭାଙ୍ଗି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ଏଥିରେ ୭୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ଅପରାହ୍ଣରେ ମୁମ୍ବାଇରେ ହଠାତ ବର୍ଷା ସହ ମାଡ଼ି ଆସିଥିଲା ଭୟଙ୍କର ଧୂଳିଝଡ଼ । ମେଘ ଢାଙ୍କି ହୋଇଯିବା ସହ ଦିନରେ କଳା ଅନ୍ଧାର ଛାଇ ହୋଇଗଲା । ଭୟଙ୍କର ଝଡ଼ ତୋଫାନରେ ଘାଟକୋପର, ବାନ୍ଦ୍ରା, କୁର୍ଲା ଓ ଧାରାବୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା ।

ଘାଟକୋପରର ଇଷ୍ଟର୍ଣ୍ଣ ଏକ୍ସପ୍ରେସ ୱେର ପନ୍ତନଗର ପେଟ୍ରୋଲ ପମ୍ପ ନିକଟରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗି ପଡ଼ିଥିଲା । ଏଥିରେ ବହୁ ଲୋକ ଚାପି ହୋଇ ରହିଥିଲେ । ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁ ଅପରେସନ କରାଯାଇଛି । ଏହି ଘଟଣାରେ ପେଟ୍ରୋଲ ପମ୍ପ ମାଲିକ ଭବେଶ ଭିଡ଼େ ଓ ଅନ୍ୟମାନଙ୍କ ନାଁରେ ଆଇପିସି ଧାରା ୩୦୪, ୩୩୮, ୩୩୭ ଓ ୩୪ରେ ପନ୍ତନଗର ଥାନାରେ ମାମଲା ରୁଜୁ ହୋଇଛି । ହୋର୍ଡିଂ ଭାଙ୍ଗିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.