ଲଞ୍ଚ ହେଲା ଜିଓ ସିନେମାର ପ୍ରିମିୟମ୍‌ ଆନୁଆଲ୍‌ ପ୍ଲାନ୍‌, ରହିଛି ବଢ଼ିଆ ସୁବିଧା

ବର୍ତ୍ତମାନ Jio ଏହାର ୨୯୯ ଟଙ୍କା (୫୦% ରିହାତି)ରେ ଆନୁଆଲ୍‌ ପ୍ଲାନ୍‌ ଆରମ୍ଭ କରିଛି, ଯାହାକି ୧୨ ମାସ ପାଇଁ ମାସିକ ପ୍ଲାନ୍‌ ସହିତ ସମାନ ସୁବିଧା ଦେବ । ପୁରୁଣା ପ୍ରିମିୟମ୍ ପ୍ଲାନ୍‌ ଅପେକ୍ଷା ଏହା ଏକ ଭଲ ପ୍ଲାନ୍‌, ଯାହାର ମୂଲ୍ୟ ୯୯୯ ଟଙ୍କା ଥିଲା।

ଜିଓ ନିଜ ଗ୍ରାହକମାନଙ୍କ ପାଇଁ ସବୁବେଳେ ବଢ଼ିଆ ପ୍ଲାନ୍‌ ଲଞ୍ଚ କରେ । ଭାରତରେ ଜିଓ ର ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ଏସବୁକୁ ନଜରରେ ରଖି ନିକଟରେ ଜିଓ ସିନେମା ଗତ ମାସରେ ଏହାର ନୂଆ ପ୍ରିମିୟମ୍ ଆଡ୍‌-ଫ୍ରି ସବସ୍କ୍ରିପସନ୍ ପ୍ଲାନକୁ ମାସକୁ ମାତ୍ର ୨୯ ଟଙ୍କା (୫୧% ରିହାତି) ଏବଂ ୮୯ ଟଙ୍କା (୪୦% ରିହାତି) ଦାମରେ ଲଞ୍ଚ କରିଥିଲା । ୪ ଟି ଡିଭାଇସ୍ ପାଇଁ ଏକ ମାସର ଭ୍ୟାଲିଡିଟି ସହିତ ଏହି ଫ୍ୟାମିଲି ପ୍ଲାନ୍‌ ଆରମ୍ଭ କରାଯାଇଛି । ଯାହାକୁ ୟୁଜର୍ସ ଖୁବ୍‌ ପସନ୍ଦ କରୁଛନ୍ତି । ଏହା ବ୍ୟତୀତ JioCinema ପ୍ରିମିୟମ୍ ଆନୁଆଲ୍‌ ପ୍ଲାନ୍‌ କୁ ଲଞ୍ଚ କରିଛି ।

JioCinema ପ୍ରିମିୟମ୍ ଆନୁଆଲ୍‌ ପ୍ଲାନ୍‌:
ବର୍ତ୍ତମାନ Jio ଏହାର ୨୯୯ ଟଙ୍କା (୫୦% ରିହାତି)ରେ ଆନୁଆଲ୍‌ ପ୍ଲାନ୍‌ ଆରମ୍ଭ କରିଛି, ଯାହାକି ୧୨ ମାସ ପାଇଁ ମାସିକ ପ୍ଲାନ୍‌ ସହିତ ସମାନ ସୁବିଧା ଦେବ । ପୁରୁଣା ପ୍ରିମିୟମ୍ ପ୍ଲାନ୍‌ ଅପେକ୍ଷା ଏହା ଏକ ଭଲ ପ୍ଲାନ୍‌, ଯାହାର ମୂଲ୍ୟ ୯୯୯ ଟଙ୍କା ଥିଲା। ଏହି ଆଡ୍‌ ଫ୍ରି ବାର୍ଷିକ ପ୍ଲାନରେ ଆପଣ ଗୋଟିଏ ସମୟରେ ଯେକୌଣସି ଡିଭାଇସରେ 4k କ୍ୱାଲିଟିର ପ୍ରିମିୟମ୍ କଣ୍ଟେଣ୍ଟ ଦେଖିପାରିବେ ।

କମ୍ପାନୀର ଏହି ପ୍ଲାନ ହେଉଛି ଏକ ଖାସ୍‌ ଅଫର ତେଣୁ ଭବିଷ୍ୟତରେ ଏହି ପ୍ଲାନ୍‌ର ଦାମ୍‌ ବଢ଼ିପାରେ, ଯାହା ରିହାତି ବିନା ୫୯୯ ଟଙ୍କା ହୋଇପାରେ । କିନ୍ତୁ ଏହା ପୁରୁଣା ୯୯୯ ଟଙ୍କା ବାର୍ଷିକ ପ୍ଲାନ୍‌ ଠାରୁ ଶସ୍ତା ହେବ ।

Leave A Reply

Your email address will not be published.