ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହାରାହାରି ୨୧.୩୦% ମତଦାନ, ସମ୍ବଲପୁରରେ ସର୍ବାଧିକ ଭୋଟିଂ

ଓଡ଼ିଶାରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହାରାହାରି ୨୧.୩୦% ମତଦାନ ହୋଇଛି । ଭୁବନେଶ୍ବର ଲୋକସଭା ଆସନରେ ୨୦.୭୨%, କଟକ ଲୋକସଭା ଆସନରେ ୨୦.୪୭% , ଢେଙ୍କାନାଳ ଲୋକସଭା ଆସନରେ ୨୨.୪୧% , କେନ୍ଦୁଝର ଲୋକସଭା ଆସନରେ ୨୦.୮୯% ମତଦାନ ହୋଇଛି । ପୁରୀ ଲୋକସଭା ଆସନରେ ୨୧.୫୧% ଓ ସମ୍ବଲପୁର ଲୋକସଭା ଆସନରେ ୨୧.୮୯% ଭୋଟିଂ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ଭୋଟ ଗ୍ରହଣ ହେଉଛି। ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହାରାହାରି ୨୧.୩୦% ମତଦାନ ହୋଇଛି । ଭୁବନେଶ୍ବର ଲୋକସଭା ଆସନରେ ୨୦.୭୨%, କଟକ ଲୋକସଭା ଆସନରେ ୨୦.୪୭% , ଢେଙ୍କାନାଳ ଲୋକସଭା ଆସନରେ ୨୨.୪୧% , କେନ୍ଦୁଝର ଲୋକସଭା ଆସନରେ ୨୦.୮୯% ମତଦାନ ହୋଇଛି । ପୁରୀ ଲୋକସଭା ଆସନରେ ୨୧.୫୧% ଓ ସମ୍ବଲପୁର ଲୋକସଭା ଆସନରେ ୨୧.୮୯% ଭୋଟିଂ ହୋଇଛି ।

ସେହିପରି ସକାଳ ୯ଟା ସୁଦ୍ଧା ରାଜ୍ୟରେ ହାରାହାରି ୭.୪୩% ମତଦାନ ହୋଇଥିଲା । ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ୭.୦୯% ଭୋଟିଂ ହୋଇଥିବାବେଳେ ଭୁବନେଶ୍ବର ଲୋକସଭା ଆସନରେ ସର୍ବନିମ୍ନ ୬.୬୫% ଭୋଟିଂ ହୋଇଥିଲା । କଟକ ଲୋକସଭା ଆସନରେ ୭.୩୨% , ଢେଙ୍କାନାଳ ଲୋକସଭା ଆସନରେ ୭.୯୫% , ଢେଙ୍କାନାଳ ଲୋକସଭା ଆସନରେ ୭.୯୫% ଓ ପୁରୀ ଲୋକସଭା ଆସନରେ ୬.୮୭% ମତଦାନ ହୋଇଥିଲା ।

Leave A Reply

Your email address will not be published.