ତୀରନ୍ଦାଜୀ ବିଶ୍ୱକପ : ଭାରତୀୟ ମହିଳା ଟିମ୍‌ ଜିତିଲା ସ୍ୱର୍ଣ୍ଣ, ଫାଇନାଲରେ ତୁର୍କୀକୁ ହରାଇଲା

ତୀରନ୍ଦାଜୀ ବିଶ୍ୱକପରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ତୁର୍କୀକୁ ହରାଇ ଭାରତର ପରନୀତ କୌର, ଅଦିତି ସ୍ୱାମୀ ଏବଂ ଜ୍ୟୋତି ସୁରେଖା ବେନ୍ନମ ଲଗାତାର ତୃତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ଭାରତୀୟ ମହିଳା ତୁର୍କୀର ହେଜଲ ବରୁନ, ଆୟସେ ବେରା ସୁଜର ଏବଂ ବେଗମ ୟୁବାଙ୍କ ସ୍ୱପ୍ନକୁ ଧ୍ୱଂସ କରିଥିଲେ । ଭାରତୀୟ ମହିଳା ୨୩୨-୨୨୬ରେ ଫାଇନାଲ ଜିତିଛନ୍ତି ।

ତୀରନ୍ଦାଜୀ ବିଶ୍ୱକପରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ସାଉଥ କୋରିଆ ବିଶ୍ୱକପକୁ ଆୟୋଜନ କରିଛି । ତେବେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ତୁର୍କୀକୁ ହରାଇ ଭାରତର ପରନୀତ କୌର, ଅଦିତି ସ୍ୱାମୀ ଏବଂ ଜ୍ୟୋତି ସୁରେଖା ବେନ୍ନମ ଲଗାତାର ତୃତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ଭାରତୀୟ ମହିଳା ତୁର୍କୀର ହେଜଲ ବରୁନ, ଆୟସେ ବେରା ସୁଜର ଏବଂ ବେଗମ ୟୁବାଙ୍କ ସ୍ୱପ୍ନକୁ ଧ୍ୱଂସ କରିଥିଲେ । ଭାରତୀୟ ମହିଳା ୨୩୨-୨୨୬ରେ ଫାଇନାଲ ଜିତିଛନ୍ତି ।

ଭାରତର ତିନି ଖେଳାଳିଙ୍କ ମଧ୍ୟରେ ବହୁତ ରୋମାଞ୍ଚକ ତାଳମେଳ ରହିଥିଲା ଏବଂ ସେମାନେ ଫାଇନାଲରେ ତୁର୍କୀ ଦଳ ବିପକ୍ଷରେ ଏକପାଖିଆ ମ୍ୟାଚ୍ ଖେଳିଥିଲେ । ବର୍ତ୍ତମାନ ବିଶ୍ୱର ଏକ ନମ୍ବର ରାଙ୍କରେ ଥିବା ଖେଳାଳି ପରନୀତ କୌର, ଅଦିତି ସ୍ୱାମୀ ଏବଂ ଜ୍ୟୋତି ସୁରେଖା ବେନ୍ନମ ତୁର୍କୀର ଖେଳାଳିଙ୍କୁ ମାତ୍‌ ଦେଇଛନ୍ତି । ଫାଇନାଲର ଆରମ୍ଭ ମ୍ୟାଚ ବେଶ ରୋମାଞ୍ଚକପୂର୍ଣ୍ଣ ରହିଥିଲା । ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ଖେଳାଳିଙ୍କ ଦବଦବା ଲାଗିରହିଥିଲା ।

ତୀରନ୍ଦାଜୀ ବିଶ୍ୱକପରେ ଭାରତୀୟ ଖେଳାଳିଙ୍କ ଏହା ତୃତୀୟ ସ୍ୱର୍ଣ୍ଡ ପଦକ । ଭାରତ ବର୍ତ୍ତମାନ ବିଶ୍ୱକପରେ ଆଉ ୨ଟି ପଦକ ଆଶା ରଖିଛି । ଜ୍ୟୋତି ସୁରେଖା ବେନ୍ନମ ଏବଂ ପ୍ରିୟାଂଶ କମ୍ପାଉଣ୍ଡ ଟିମ୍‌ ଫାଇନାଲରେ ଆମେରିକା ସହିତ ଖେଳିବ । ସେହିପରି ପ୍ରଥମେଶ ଫୁଗେଙ୍କୁ କମ୍ପାଉଣ୍ଡ ବର୍ଗରେ ପଦକ ଜିତିବା ପାଇଁ ଆଉ ଏକ ବିଜୟ ଦରକାର । ତେଣୁ ଭାରତ ପାଖରେ ଆଉ ୨ଟି ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି ।

Leave A Reply

Your email address will not be published.