ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ, ସନଷ୍ଟ୍ରୋକ ସନ୍ଦେହ

ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ଘଟିଛି ଅଘଟଣ । ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ଡ୍ୟୁଟି କରୁଥିବାବେଳେ ହଠାତ୍ ସେ ଅଚେତ୍ ହୋଇପଡିଥିଲେ। ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବ୍ୟକ୍ତି ହେଉଛନ୍ତି ଶୁକଦେବ ପଟ୍ଟନାୟକ।

ହିନ୍ଦୋଳ (କେନ୍ୟୁଜ): ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ଘଟିଛି ଅଘଟଣ । ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ଡ୍ୟୁଟି କରୁଥିବାବେଳେ ହଠାତ୍ ସେ ଅଚେତ୍ ହୋଇପଡିଥିଲେ। ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବ୍ୟକ୍ତି ହେଉଛନ୍ତି ଶୁକଦେବ ପଟ୍ଟନାୟକ।

ସୂଚନା ଅନୁସାରେ ଆଜି ସକାଳେ ୯.୩୦ ସମୟରେ ସେ ପୋଲିଂ ବୁଥ୍ ରେ କାର୍ଯ୍ୟରତ ସମୟରେ ହଠାତ୍ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା । ଏବଂ ସେ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ । ତେବେ ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଯୋଗେ ହିନ୍ଦୋଳରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କାରଣ ଯୋଗୁଁ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ପ୍ରାଥମିକ ସ୍ତରେରେ ଡାକ୍ତରଙ୍କ କହିବା ଅନୁଯାୟୀ, ଅଧିକ ଗରମ ଯୋଗୁଁ ଏମିତି ହୋଇଥାଇ ପାରେ ଏବଂ ସନଷ୍ଟ୍ରୋକ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

 

 

 

Leave A Reply

Your email address will not be published.