ଆଠଗଡ: ଭୋଟ ବେଳେ ବୁଥ୍‌ରେ ୨ ଗୋଷ୍ଠୀ ମୁହାଁମୁହିଁ, ୪ ଆହତ

ଭୋଟ ବେଳେ ଆଠଗଡରେ ଉତ୍ତେଜନା, ୪ ଆହାତ । ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍‌ରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଏଥିରେ ୨ ଗୋଷ୍ଠୀର କର୍ମୀ ମାନେ ଚେୟାର ଉଠାଇ ପିଟାପିଟି କରିବା ସହ ଭଙ୍ଗାରୁଜା କରିଛନ୍ତି । ଫଳରେ ଉଭୟ ପକ୍ଷରୁ ୪ ଜଣ ଆହାତ ହୋଇଛନ୍ତି ।

ଆଠଗଡ଼ (କେନ୍ୟୁଜ): ଭୋଟ ବେଳେ ଆଠଗଡରେ ଉତ୍ତେଜନା, ୪ ଆହାତ । ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍‌ରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଆଠଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମତଦାନ ଦେଉଥିବା ବେଳେ ବିଜେପି କର୍ମୀ ଓ ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨ ଗୋଷ୍ଠୀର କର୍ମୀ ମାନେ ଚେୟାର ଉଠାଇ ପିଟାପିଟି କରିବା ସହ ଭଙ୍ଗାରୁଜା କରିଛନ୍ତି । ଫଳରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ସହ sdpo ଓ ଏକ ପ୍ଲାଟୁନ ଫୋର୍ସ ପହଞ୍ଚି ଉତ୍ତେଜନାକୁ ରୋକି ବାକୁ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରୁଛନ୍ତି ।

ସୂଚନା ଯୋଗ୍ୟ ଗତକାଲି ଆଠଗଡ ଥାନା ତରଡିଙ୍ଗ ଗାଁର ହରିଜନ ସାହିରେ ରାଜନୈତିକ ହିଂସାକାଣ୍ଡ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ସାହିକୁ ଆସି ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟନ କରୁଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ପ୍ରତିଦ୍ୱନ୍ଦୀ ଦଳର କର୍ମୀ । ଏହାକୁ ନେଇ ଉତେଜନା ପରେ ମାରପିଟ ହୋଇଥିଲା । ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ୍ ଆକ୍ରମଣ କରିଥିଲେ । ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ନାବାଳକକୁ କଟକକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.