ହସପିଟାଲରେ ଭର୍ତ୍ତି ହେଲେ ବିଗବସ୍‌ ୧୭ ବିଜେତା ମୁନାଓ୍ଵର ଫାରୁକି, ଚିନ୍ତାରେ ଫ୍ୟାନ୍ସ

ବିଗବସ୍‌ ୧୭ ବିଜେତା ମୁନାଓ୍ଵର ଫାରୁକି ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁନାଓ୍ଵର ହସପିଟାଲ ବେଡରେ ଶୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି । ତାଙ୍କ ସାଙ୍ଗ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ମୁନାଓ୍ଵରଙ୍କ ହାତରେ ଡ୍ରିପ୍‌ ଲାଗିଥିବା ଦେଖିବାକୁ ମିଳିଛି । ତାଙ୍କ ସାଙ୍ଗ ଲେଖିଛନ୍ତି, ମୋ ଭାଇ ଜଲଦୀ ସୁସ୍ଥ ହେବା ପାଇଁ କାମନା କରୁଛି ।

ବିଗବସ୍‌ ୧୭ ବିଜେତା ମୁନାଓ୍ଵର ଫାରୁକି ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ଜାଣିବା ପରେ ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି । ମୁନାଓ୍ଵରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ଗତ କିଛିଦିନ ହେଲାଣି ସୋସିଆଲ ମିଡିଆରେ ଆକ୍ଟିଭ ନାହାନ୍ତି । ଗତ ମାସରେ ମଧ୍ୟରେ ମୁନାଓ୍ଵର ହସପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଆଇଭି ଡ୍ରିପ ଲାଗିଥିବା ଏକ ଫଟୋ ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ ।

ତେବେ ଷ୍ଟାଣ୍ଡଅପ୍‌ କମେଡିଆନ ମୁନାଓ୍ଵର ଫାରୁକି ପୁଣିଥରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁନାଓ୍ଵର ହସପିଟାଲ ବେଡରେ ଶୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି । ତାଙ୍କ ସାଙ୍ଗ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ମୁନାଓ୍ଵରଙ୍କ ହାତରେ ଡ୍ରିପ୍‌ ଲାଗିଥିବା ଦେଖିବାକୁ ମିଳିଛି । ତାଙ୍କ ସାଙ୍ଗ ଲେଖିଛନ୍ତି, ମୋ ଭାଇ ଜଲଦୀ ସୁସ୍ଥ ହେବା ପାଇଁ କାମନା କରୁଛି । ଏହି ଫଟୋ ଭାଇରଲ ହେବା ପରେ ଫ୍ୟାନ୍ସ ତାଙ୍କ ସୁସ୍ଥତା କାମନା କରିଛନ୍ତି ।

ଦେଖନ୍ତୁ ଫଟୋ:  https://www.instagram.com/p/C7XDzAPSVMg/?utm_source=ig_web_copy_link

ଗତ ମାସରେ ମୁନାଓ୍ଵରଙ୍କୁ ହସପିଟାଲରେ ଛୁଟି ମିଳିଥିଲା । ସେ ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ହାତରେ ଆଇପି ଡ୍ରିପ ଲଗାଇଥିବାର ନଜର ଆସିଥିଲେ । ସେ ଲେଖିଥିଲେ.. ଲଗ୍‌ ଗୈୟି ନଜର । ଏହାପରେ ସ୍ୱାସ୍ଥ୍ୟବସ୍ଥା ସେୟାରକରି ଫ୍ୟାନ୍ସଙ୍କୁ ପ୍ରାର୍ଥନା କରିବା ପାଇଁ କହିଥିଲେ । ସେତେବେଳେ ତାଙ୍କରେ ପେଟ ସଂକ୍ରମଣ ହୋଇଥିବାରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ସୂଚନାଯୋଗ୍ୟ, ବିଗ୍‌ବସ୍‌ ୧୭ ବିଜେତା ମୁନାଓ୍ଵର ଅନେକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି । ବିଗ୍‌ବସ ଜିତିବା ପରେ ତାଙ୍କୁ ଏକ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଥିଲା । ଏହା ଏକ ରୋମାଣ୍ଟିକ ଟ୍ରାକ୍‌ । ଏଥିରେ ହିନା ଖାନ ରହିଥିଲେ ।

ମୁନାଓ୍ଵର ଫାରୁକି ଯେତେବେଳେ ପ୍ରଥମ ଥର ମୁମ୍ବାଇ ଆସିଥିଲେ, ସେତେବେଳେ ସେ ଡୋଙ୍ଗରିରେ ହିଁ ରହୁଥିଲେ । ଏଠାରେ ସେ ନିଜର ପିଲାବେଳ କାଟିଛନ୍ତି । ଡୋଙ୍ଗରି ଅଞ୍ଚଳରେ ସେ ଏକ ବାସନ ଦୋକାନରେ କାମ କରୁଥିଲେ । ଲୋକପ୍ରିୟ ହେବା ପରେ ମଧ୍ୟ ମୁନାଓ୍ଵର ପ୍ରାୟତଃ ଡୋଙ୍ଗରି ଯାଉଥିଲେ ।

Leave A Reply

Your email address will not be published.