Below header

ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହେଲେ ସୁଜାତା ରାଉତ କାର୍ତ୍ତିକେୟନ, ଶାଳିନୀ ପଣ୍ଡିତଙ୍କୁ ମିସନ ଶକ୍ତି ବିଭାଗ

ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଶୁକ୍ରବାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି ।

ଭୁବନେଶ୍ବର:  ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଶୁକ୍ରବାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ୨୦୦୦ ବ୍ୟାଚ୍‌ର ଆଇଏଏସ୍ ଶ୍ରୀମତୀ କାତ୍ତିକେୟନ ମିସନ ଶକ୍ତି ସଚିବ ପଦରେ ଅବସ୍ଥାପିତ ଥିଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି  ପ୍ରକାଶ ପାଇଛି । ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ ଓ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆଜି  ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ ନିଜର ପଦ ଓ କ୍ଷମତାର ଦୁରୂପଯୋଗ କରି  ଭୋଟରଙ୍କ ଉପରେ ଚାପ ପକାଉଛନ୍ତି  ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ବ ଭାରତୀୟ ନିର୍ବାଚନ କମିସନଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.