Below header

ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ କରୁଥିଲେ ସାବଧାନ, ହେବ କାର୍ଯ୍ୟାନୁଷ୍ଠାନ

ଆପତ୍ତିଜନକ ପୋଷ୍ଟ କରୁଥିଲେ ସାବଧାନ ।  ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ ।

ଆପତ୍ତିଜନକ ପୋଷ୍ଟ କରୁଥିଲେ ସାବଧାନ ।  ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ବାଚନ କମିଶନଙ୍କ ଗାଇଡ ଲାଇନ୍ ଅନୁଯାୟୀ ଗଠନ କରାଯାଇଛି ସୋସିଆଲ ମିଡ଼ିଆ ମନିଟରିଂ ସେଲ । କ୍ରାଇମ୍ ବ୍ରାଞ୍ଚ IG ସଫିନ ଅହମଦ ଏହାର ନୋଡାଲ ଅଧିକାରୀ ରହିଛନ୍ତି ।

ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇଥିବା ଏହି ସେଲ ଏବେ ଟ୍ବିଟର , ଫେସବୁକ୍, ଇନଷ୍ଟା ଗ୍ରାମ ଭଳି ସୋସିଆଲ ପ୍ଲାଟଫର୍ମରୁ ୨୯୨ଟି ଆପତ୍ତିଜନକ ପୋଷ୍ଟ ହଟାଇଛି । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣଙ୍କୁ ନୋଟିସ କରାଯାଇଛି । ଜିଲ୍ଲାସ୍ତରରେ ମଧ୍ୟ ଏହି ଭଳି ସାଇବର ମନିଟରିଂ ସେଲ ରହିଛି । ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟ ନକରିବାକୁ କହିଛନ୍ତି IG କ୍ରାଇମ୍ ବ୍ରାଞ୍ଚ ସଫିନ ଅହମଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.