ତେଜିଲା କ୍ୟାମ୍ପେନ ତାତି: ରାଉରକେଲାରେ ଭୋଟ ମାଗିବେ ନବୀନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ତେଜିଲା କ୍ୟାମ୍ପେନ ତାତି । ଆଜି ରାଉରକେଲା, ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ସାଧାରଣ ସଭାରେ ଯୋଗଦେବେ ନବୀନ। ସେହିପରି ନିର୍ବାଚନ ପାଇଁ ପ୍ରଚାର ମୈଦାନ ସରଗରମ । ରାଜ୍ୟକୁ ଛୁଟୁଛି କେନ୍ଦ୍ରୀୟ ନେତାଙ୍କ ସୁଅ। ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ନେତା ରାହୁଲ ଗାନ୍ଧି । ଶାହ ୨ଟି ନିର୍ବାଚନୀ ସଭା ଓ କଟକରେ ରୋଡ ସୋ କରିବା କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ତେଜିଲା କ୍ୟାମ୍ପେନ ତାତି ।  ଆଜି ରାଉରକେଲା, ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ସାଧାରଣ ସଭାରେ ଯୋଗଦେବେ ନବୀନ । ରାଉରକେଲାର ସେକ୍ଟର -୧୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଜନସଭାକୁ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ ।  ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବତନ୍ତ୍ର ବିମାନରେ ଆସି ରାଉରାକଲା ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୧ ଟା ୩୦ ମିନିଟରେ ସଭାସ୍ଥଳକୁ ଯାଇ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ।

ସେହପରି ଆସନ୍ତାକାଲି ଭୁବନେଶ୍ବରରେ ରୋଡ ସୋ କରିବେ ବିଜେଡି ସୁପ୍ରିମୋ । ଗଙ୍ଗନଗର ଛକକୁ ଜନପଥ ପର୍ଯ୍ୟନ୍ତ ହେବ ରୋଡ ସୋ । ନବୀନଙ୍କ ରୋଡ ସୋ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରଯିବ । ଲକ୍ଷାଧିକ ଲୋକଙ୍କ ସମାଗମ ସମ୍ଭାବନା ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.