ପୁଣି ଉପରମୁହାଁ ପାରଦ, ଦିନ ତାପମାତ୍ରା ୪ରୁ ୫ ଡିଗ୍ରି ଯାଏଁ ହେବ ବୃଦ୍ଧି

ପୁଣି ଉପରମୁହାଁ ପାରଦ ।  କାଳବୈଶାଖୀ ପ୍ରଭାବରେ କିଛି ଦିନ ପାଇଁ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିଥିବାବେଳେ ଏବେ ତତଲା ପାଲଟିଲାଣି ପଶ୍ଚିମ ଓଡ଼ିଶା  ।  ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଦିନ ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇ । ଗତକାଲି ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଉପରମୁହାଁ ପାରଦ ।  କାଳବୈଶାଖୀ ପ୍ରଭାବରେ କିଛି ଦିନ ପାଇଁ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିଥିବାବେଳେ ଏବେ ତତଲା ପାଲଟିଲାଣି ପଶ୍ଚିମ ଓଡ଼ିଶା । ଉପକୂଳ ଓ ଉତ୍ତର ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି ।  ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଦିନ ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇ ।

ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ହୋଇପାରେ । ୧୯ ତାରିଖ ବେଳକୁ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ସମ୍ଭାବନା ରହିଛି ।  ଗତକାଲି ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.