କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲ। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ହୋଇପାରନ୍ତି ଡାର୍କ ହର୍ସ । ତାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ସେନେଇ ଚାଲିଛି କସରତ । ସେହିଭଳି ଉପମୁଖ୍ୟମନ୍ତ୍ରୀ ରେସରେ କେଭି ସିଂଦେଓ, ମୋହନ ମାଝୀ ଓ ରବି ନାୟକଙ୍କ ନାଁ ଚର୍ଚ୍ଚାରେ ରହିଛି ।

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସହ ଆଲୋଚନା ହୋଇଛି । ଆଲୋଚନା ସାରି ଆଜି ଓଡ଼ିଶା ଅଭିମୁଖେ ଆସୁଛନ୍ତି ମାନସ ମହାନ୍ତି । ସେହିପରି ତୋମାର, ମନମୋହନ, ମାନସ ଚାରି ରାଉଣ୍ଡ କଥାବାର୍ତ୍ତା ହୋଇଛନ୍ତି ।

ରାଜ୍ୟ ମନ୍ତ୍ରିମଣ୍ଡଳର ରୂପରେଖ, ମୁଖ୍ୟମନ୍ତ୍ରୀ ଚୟନ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଥିବା କଳିଙ୍ଗ ଟିଭି ପାଖରେ ସୂଚନା ରହିଛି । ଏଭିତରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ ।

ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଓ ମଧ୍ୟପ୍ରଦେଶ ବିଜେପି ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ ମଧ୍ୟ ଭୁବନେଶ୍ବର ଆସିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.