ଟ୍ରେନରେ ଚଢ଼ିଯାଇଛନ୍ତି କିନ୍ତୁ ଟିକେଟ ହଜିଯାଇଛି ତ କଣ କରିବେ ଜାଣନ୍ତୁ, ନଚେତ ହେବେ ହଇରାଣ

ଟିକେଟ ହଜିଯାଇଥିଲେ କିମ୍ବା ଚିରାଫଟା ହୋଇଯାଇଥିଲେ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏମିତି ଅନେକ ଲୋକଙ୍କ ସହ ହେଉଥିବ କିନ୍ତୁ ଏବେ ଆଉ ଏଥିପାଇଁ ଚିନ୍ତା କରନ୍ତୁନି ଆପଣ ।
ସାଧାରଣତଃ ଦେଖିବାକୁ ମିଳେ ଯେ ଲୋକମାନେ ଯେତେବେଳେ ଟିକେଟ ଘରୁ ଟିକେଟ ନିଅନ୍ତି ସେତେବେଳେ ପକେଟରୁ ଅଜାଣତରେ ଟିକେଟ ଖସିପଡେ,ଅନେକ ଥର ଏମିତି ହୋଇଥାଏ ଲୋକଙ୍କ ସହ । ଆଉ କେତେବେଳେ ତ ଟିକେଟ ହଜିଯାଏ କିମ୍ବା ଭୁଲରେ ଚିରିଯାଏ ।

ଆଉ ଏଭଳି ସ୍ଥିତିରେ ଲୋକମାନେ ଭୟ କରିଯାନ୍ତି ଯେ କଣ ହେବ, ଟିକେଟ ତ ହଜିଗଲା, ଟିକେଟ ତ ଫାଟିଗଲା ଏବେ କେମିତି ଯାତ୍ରା କରିବୁ । ତେବେ କହିବାକୁ ଚାହିଁବୁ ଯେ ଏମିତି ଯଦି ଆପଣଙ୍କ ସହିତ କେବେ ହେଉଛି ନା ତାହେଲେ ଭୟ କରିବାର ଆବଶ୍ୟକତା ନାହିଁ । ରେଲେଓ୍ଵ ଏହାକୁ ନେଇ ମଧ୍ୟ ଏକ ନିୟମ ଜାରୀ କରିଛି ।

ଯଦି ଆପଣଙ୍କ ଟିକେଟ କେଉଁଠି ହଜି ଯାଉଛି ତାହେଲେ ଆପଣଙ୍କୁ ଟ୍ରେନର ଟିଟିଇକୁ ଏହା ସମ୍ପର୍କରେ ସୂଚନା ଦେବା ଉଚିତ । ଯାହାପରେ ଟିଟିଇ ଆପଣଙ୍କୁ ଏକ ଡୁପ୍ଲିକେଟ୍‌ ଟିକେଟ୍‌ ଜାରୀ କରିବେ ।

ଏହି ଟିକେଟ ଅରିଜିନାଲ ଟିକେଟ ଭଳି ହିଁ ହୋଇଥାଏ । ଯଦିଓ ଏହି ଟିକେଟରେ ଅରିଜିନାଲ ଟିକେଟ ସହ ସମାଞ୍ଜସ୍ୟ କରିବା ସହଜ ହୋଇଥାଏ । ଏହି ଟିକେଟ ମାଧ୍ୟମରେ ଆପଣ ନିଜ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଯାତ୍ରା କରିପାରିବେ ।

ତେବେ କହିରଖିବାକୁ ଚାହିଁବୁ ଯେ ଆପଣ ଯେଉଁ ଟିକେଟ ହଜାଇଦେଲେ ଏବଂ ଟିଟିଇ ତା ବଦଳରେ ଯେଉଁ ଟିକେଟ ଦେଲେ ତା ପାଇଁ ଆପଣଙ୍କୁ ଶୁଳ୍କ ଦେବାକୁ ପଡିବ । ଯାହା ଏକ ନିଶ୍ଚିତ ଶୁଳ୍କ ହୋଇଥାଏ ।

ଏମିତି କରି ଆପଣ ଆଉ ସମସ୍ୟାକୁ ସାମ୍ନା କରିବେନି କି ହଇରାଣ ହେବେନି । ଟିଟିଇଙ୍କ ଠାରୁ ଟିକେଟ କିଣିବେ ଏବଂ ନିଜ ଗନ୍ତବ୍ୟ ସ୍ଥାନରେ ଆରାମସେ ପହଁଚିଯିବେ ।

Leave A Reply

Your email address will not be published.