ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ଭି କାର୍ତ୍ତିକ ପାଣ୍ଡିଆନ, ଭିଡିଓ ବାର୍ତ୍ତା ଜରିଆରେ କଲେ ଘୋଷଣା

ଭୁବନେଶ୍ବର: ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ନେଇଗଲେ । ନିର୍ବାଚନରେ ହାରିଲେ ସେ ରାଜନୀତି ଛାଡ଼ିବେ ବୋଲି କହିଥିଲେ । ଏବେ ସେ ଭିଡ଼ିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କରିବା ସହ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଗତ ବର୍ଷ ନଭେମ୍ବର ୨୭ ରେ ବିଜେଡିରେ ଯୋଗ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ ।

ପାଣ୍ଡିଆନ୍‌ କହିଛନ୍ତିଯେ, ଜୟ ଜଗନ୍ନାଥ । ମୁଁ ଏକ ସାଧାରଣ ପରିବାରୁ ଆସିଛି । ମୋ ସ୍ୱପ୍ନ ଥିଲା ଆଇଏଏସ ହେବା । ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମୁଁ ଆଇଏଏସ ହେଲି । କେନ୍ଦ୍ରାପଡ଼ାରେ ମୋର ପରିବାର ଥିବାରୁ ମୁଁ ଓଡ଼ିଶା ଆସିଲି । ଧର୍ମଗଡ଼, ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମରେ ମୁଁ କାମ କଲି । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ମୁଁ ତାଙ୍କ ସହ କାମ କରିଛି । ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଦିନରାତି ପରିଶ୍ରମ କରୁଥିଲି । ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ମନ୍ଦିର ପୁନରୁଦ୍ଧାର, ଯୁବଛାତ୍ରଙ୍କ ପାଇଁ କାମ କରୁଥିଲି ।

୫ଟି ସ୍କୁଲ ଜରିଆରେ ରୂପାନ୍ତରିତ ହେଲା । କୋଭିଡ଼ ବେଳେ ୩୦ ଜିଲ୍ଲା ଯାଇଛି । ଏହି ସମୟରେ ଫନି ଓ ଫାଇଲିନ୍‌ ଦେଖିଛୁ । ମୁଁ ଚାକିରୀରୁ ଅବସର ନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ସହଯୋଗ କଲି । ମୁଁ ତାଙ୍କୁ କେବଳ ସାହାଯ୍ୟ କରୁଥିଲି । ବୋଧହୁଏ ମୁଁ ଠିକ ସମୟରେ କିଛି ନ୍ୟାରେଟିଭ ସମ୍ପର୍କରେ ଭଲଭାବେ କହିପାରିନଥିଲି । ମୁଁ ପଦବୀ ନେଇନି କି ପ୍ରାର୍ଥୀ ହୋଇନି । ଗତ ୧୨ ବର୍ଷ ଧରି ମୁଁ ଦିନରାତି କାମ କରିଛି । ଏବେ ମୋର ସମ୍ପତ୍ତି କେବଳ ପୈତୃକ ସମ୍ପତ୍ତି ।

ମୁଁ ଚାକିରୀ କରିବା ବେଳେ ଯେତିକି ଥିଲା ଏବେ ବି ସେତିକି ଅଛି । ଓଡ଼ିଶାବାସୀ ମୋତେ ଭଲପାଇବା ଦେଇଛନ୍ତି । କେବଳ ନବୀନଙ୍କୁ ସହଯୋଗ କରିଥିଲି । ଯଦି ମୁଁ କାହାକୁ ଆଘାତ ଦେଇଥିବି ତେବେ ଦୁଃଖିତ । ଯଦି ମୁଁ ବିଜେଡ଼ି ହାରିବା ପାଇଁ ଦାୟୀ, ତେବେ କ୍ଷମା ମାଗୁଛି । ଆଉ ସକ୍ରିୟ ରାଜନୀତିରେ ରହିବି ନାହିଁ ବୋଲି ପାଣ୍ଡିଆନ୍‌ କହିଛନ୍ତି ।

 

Leave A Reply

Your email address will not be published.