ଦୁଇ ବର୍ଷରୁ କମ୍ ପିଲାଙ୍କୁ ଲେମ୍ବୁ ପାଣି ଦେବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ
ଗ୍ରୀଷ୍ମ ସମୟରେ ସବୁ ଲୋକ ଲେମ୍ବୁ ପାଣି ପିଇବା ପାଇଁ ବହୁତ ପସନ୍ଦ କରନ୍ତି । ଏହା କେବଳ ଶୋଷ ମେଣ୍ଟାଏ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ତେବେ ସମସ୍ତ ଲୋକ ଏହାକୁ ପିଇବା ଠିକ୍ ହୋଇନଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଦୁଇ ବର୍ଷରୁ କମ୍ ପିଲାମାନଙ୍କୁ ଲେମ୍ବୁ ପାଣି ଦେବା ଠିକ୍ କି ଭୁଲ ।
ଆପଣମାନେ ଜାଣିଥିବେ ଯେ ଲେମ୍ବୁ ପାଣିରେ ଭିଟାମିନ୍ C ଏବଂ ଅନେକ ଜରୁରୀ ପୋଷକ ତତ୍ତ୍ୱ ଥାଏ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣି ଶରୀରରୁ ମଇଳା ବାହାର କରିଥାଏ । ସେଥିପାଇଁ ଅଳ୍ପ ପରିମାଣରେ ଲେମ୍ବୁ ପାଣି ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇପାରେ । ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଦୁଇ ବର୍ଷରୁ କମ୍ ପିଲାମାନଙ୍କୁ ଲେମ୍ବୁ ପାଣି ଦେବାବେଳେ କିଛି ଜିନିଷ ଧ୍ୟାନରେ ରଖିବା ଉଚିତ୍ । ନଚେତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।
ପେଟ ସମସ୍ୟା ହୋଇପାରେ : ତେବେ ଛୋଟ ପିଲାମାନଙ୍କର ପେଟ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ଲେମ୍ବୁରେ ଥିବା ଖଟା ଅଂଶ ପିଲାଙ୍କ ପେଟରେ ଗ୍ୟାସ୍ କିମ୍ବା ଏସିଡିଟି ସୃଷ୍ଟି କରିପାରେ । ସେଥିପାଇଁ ପିଲାମାନଙ୍କୁ ଲେମ୍ବୁ ପାଣି ଦେବା ଉଚିତ ନୁହେଁ ।
ଆଲର୍ଜି ହେବାର ଆଶଙ୍କା : କିଛି ପିଲାଙ୍କୁ ଲେମ୍ବୁରୁ ଆଲର୍ଜି ହୋଇଥାଏ, ଯାହା ସ୍କିନ୍ ଦାଗ, ବାନ୍ତି କିମ୍ବା ଡାଇରିଆ ହୋଇପାରେ । ସେଥିପାଇଁ ପିଲାଙ୍କୁ ଲେମ୍ବୁ ପାଣିରୁ ଦୂରେଇ ରଖିବା ଉଚିତ ।
ଦାନ୍ତ ସମସ୍ୟା : ଲେମ୍ବୁରେ ଥିବା ଖଟା ଅଂଶ ଦାନ୍ତର ଏନାଲକୁ ନଷ୍ଟ କରିପାରେ । ଲେମ୍ବୁ ପାଣି ସ୍ୱାସ୍ଥ୍ୟ ପାଇଁ ଭଲ ହୋଇପାରେ, କିନ୍ତୁ ଏହା ଛୋଟ ପିଲାମାନଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ।
ଏହାକୁ ନେଇ ଡାକ୍ତରମାନେ କହିଛନ୍ତି ଯେ ଦୁଇ ବର୍ଷରୁ କମ୍ ପିଲାମାନେ ଲେମ୍ବୁ ପାଣି ଦେବା ଠାରୁ ଦୂରେଇ ରହିବା ଉଚିତ୍ । ଯଦି ଆପଣ ପିଲାମାନଙ୍କୁ ଲେମ୍ବୁ ପାଣି ଦେଉଛନ୍ତି, ତେବେ ବହୁତ କମ୍ ପରିମାଣରେ ଦିଅନ୍ତୁ । ଯେପରି କିଛି ଲେମ୍ବୁ ରସରେ ଅଧିକ ପାଣି ମିଶାଇ ଦିଅନ୍ତୁ । ଏହା ସହ ଲେମ୍ବୁ ପାଣିରେ କିଛି ଚିନି କିମ୍ବା ମହୁ ମିଶାଇ ଦିଅନ୍ତୁ । ଏପରି ଭାବେ ପିଲାମାନଙ୍କୁ ଲେମ୍ବୁ ପାଣି ଦେବା ଦ୍ୱାରା, ସେମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ ।