ଟି୨୦ ବିଶ୍ୱକପ ୨୦୨୪: ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ISIS ଠାରୁ ମିଳିଥିଲା ଧମକ

ଆଜି ଟି୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ପରସ୍ପର ମୁହାଁମୁହିଁ ହେବେ । ତେଣୁ ଏହି ମ୍ୟାଚ ପାଇଁ ପୂର୍ବରୁ ଆଇଏସଆଇଏସ ତରଫରୁ ଧମକ ମିଳିବା ପରେ ଖେଳାଳିଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା । ମ୍ୟାଚ ସମୟରେ ଖେଳାଳିଙ୍କୁ ଆମେରିକାର ରାଷ୍ଟ୍ରପତିଙ୍କ ଭଳି ସୁରକ୍ଷା ପ୍ରଦାନ କରାଯିବ ବୋଲି ଖବର ମିଳିଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ ଭଲ ନ ହେବାରୁ ୧୨ ବର୍ଷ ହେଲାଣି କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ । ଏମାନଙ୍କ ମଧ୍ୟରେ ମ୍ୟାଚ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି । ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଏହି ମ୍ୟାଚ ହେବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉପୁଜିଥିଲା । ମ୍ୟାଚ ପୂର୍ବରୁ ସ୍ଥାନୀୟ ଅଧିକାରୀ ଖେଳାଳିଙ୍କ ସହିତ ମ୍ୟାଚ ଦେଖିବାକୁ ଆସିବା ଦର୍ଶକଙ୍କ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି । ନାସାଉ କାଉଣ୍ଟି ପୋଲିସ କମିଶନର ପେଟ୍ରିକ ରାଇଡର ମିଡିଆକୁ କହିଛନ୍ତି କି, ଏହି ସୁରକ୍ଷା ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ଭଳି ରହିବ । ଭାରତ ପାକିସ୍ତାନ ମ୍ୟାଚରେ ସୁରକ୍ଷା ଏଭଳି କରାଯାଇଛି । ଯାହା କିଛି ବର୍ଷ ପୂର୍ବେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସ୍ୱାଗତ ବେଳେ କରାଯାଇଥିଲା । ଆଇଏସଆଇଏସ ଠାରୁ ଧମକ ମିଳିବା ପରେ ଏଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସମ୍ଭାବ୍ୟ ଭାରତୀୟ ଟିମ୍‌ : ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ (ଓ୍ଵିକେଟ କିପର), ସଞ୍ଜୁ ସାମସନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।

ସମ୍ଭାବ୍ୟ ପାକିସ୍ତାନ ଟିମ୍‌: ବାବର ଆଜମ(ଅଧିନାୟକ), ଅବରାର ଅହମଦ, ଆଜମ ଖାନ, ଫଖର ଜମାନ, ହାରିସ ରଉଫ, ଇଫିଖାର ଅହମଦ, ଇମାଦ ଓ୍ଵାସିମ, ମହମ୍ମଦ ଆବାସ ଅଫ୍ରିଦଦି, ମହମ୍ମଦ ଆମିର, ମହମ୍ମଦ ରିଜଓ୍ଵାନ, ନସିମ ଶାହ, ସାମ ଆୟୁବ, ଶଦାବ ଖାନ, ଶାହୀନ ଶାହ ଆଫ୍ରିଦି, ଉସ୍ମାନ ଖାନ୍‌

Leave A Reply

Your email address will not be published.