ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି । ଫ୍ୟାନ୍ସମାନେ ପ୍ରଭାସଙ୍କ ଅଭିନୀତ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି କିଛି ଦିନ ପୂର୍ବରୁ ଫିଲ୍ମରୁ ଷ୍ଟାରମାନଙ୍କର ଅନେକ ଲୁକ୍ ମଧ୍ୟ ସେୟାର କରାଯାଇଛି, ଯାହା ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମ ଦେଖିବା ପାଇଁ ଉତ୍ସାହ ବଢାଇଦେଇଛି । ନିର୍ମାତାମାନେ ନିକଟରେ ଫିଲ୍ମର ଟ୍ରେଲରର ରିଲିଜ୍ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି, ଏହା ପରେ ଲୋକଙ୍କ ମଧ୍ୟରେ କ୍ରେଜ୍ ଆହୁରି ବଢିବାରେ ଲାଗିଛି । ନିକଟରେ ଫିଲ୍ମରୁ ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଥିଲା ଯାହା ବହୁତ ଦମ୍‌ଦାର ଥିଲା । ବର୍ତ୍ତମାନ ନିର୍ମାତାମାନେ ଫିଲ୍ମରୁ ଦୀପିକା ପାଦୁକୋନଙ୍କ ଆଉ ଏକ ନୂଆ ଲୁକ ସେୟାର କରିଛନ୍ତି । ଯାହା ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବାର ଉତ୍ସାହକୁ ଆହୁରି ବଢାଇ ଦେଇଛି ।

ଏହି ଲୁକରେ ଦୀପିକା ପାଦୁକୋନ ଛୋଟ କେଶ ସହିତ ନଜର ଆସିଛନ୍ତି । ଦୀପିକା ଏକ ଖୋଲା ସ୍ଥାନରେ ବର୍ଷାରେ ଠିଆ ହୋଇଥିବାର ଦେଖିବାକୁ ମିଳିଛନ୍ତି । ତେବେ ଦୀପିକା ପାଦୁକୋନଙ୍କ ଏହି ଲୁକ୍ ବହୁତ ଦମ୍‌ଦାର ହୋଇଛି । ବର୍ଷାରେ ଭିଜିବାବେଳେ ଦୀପିକା ପାଦୁକୋନ ଏହି ନୂଆ ଲୁକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୀପିକା ପାଦୁକୋନଙ୍କ ଏହି ଲୁକକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଦର୍ଶକମାନେ ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ତାଙ୍କ ଲୁକକୁ ପ୍ରଶଂସା କରି ଫିଲ୍ମ ପାଇଁ ଉତ୍ସାହ ଦେଖାଉଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ଆଶା ତାଙ୍କଠାରୁ ଆରମ୍ଭ ହୁଏ । ତେବେ ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧୦ରେ ରିଲିଜ୍‌ ହେବ ।

ଫିଲ୍ମ ‘କଲ୍କି 2898 AD’ ଜୁନ୍ ୨୭ ରେ ସିନେମା ହଲ୍‌ ମୁକ୍ତିଲାଭ କରିବ । ଏହି ଫିଲ୍ମର ଷ୍ଟୋରି ବିଷୟରେ କୁହାଯାଉଛି ଯେ ଏହା କଳିଯୁଗର ବିନାଶ ଉପରେ ଆଧାରିତ ହେବ କାରଣ ପୁରାଣ ଅନୁଯାୟୀ କଳିଯୁଗରେ ଧର୍ମ ପ୍ରତିଷ୍ଠା ପାଇଁ କଲ୍କି ନାମକ ଏକ ଅବତାର ଜନ୍ମ ହେବ ଏବଂ ଏହା ବିଶ୍ୱରେ ବ୍ୟାପିଥିବା ଅନ୍ୟାୟକୁ ଶେଷ କରିବ । ଏହି ଫିଲ୍ମ ବହୁତ ସମୟ ଧରି ଚର୍ଚ୍ଚାରେ ରହିଛି । କାରଣ ସାଉଥ୍‌ ଏବଂ ବଲିଉଡର ଅନେକ ବଡ ଷ୍ଟାର ଏଥିରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଥିରେ ଦୀପିକା ପାଦୁକୋନ, କମଲ ହାସନ, ପ୍ରଭାସ, ଦିଶା ପାଟାନୀଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ଦ୍ରୋଣାଙ୍କ ପୁଅ ‘ଅଶ୍ୱତ୍ଥାମା’ର ଭୂମିକାରେ ଦେଖିବାକୁ ମିଳିବ । ତେବେ ପ୍ରଭାସ ଏହି ଫିଲ୍ମରେ ଭୈରବ ଭୂମିକାରେ ଅଭିନୟ କରିବେ, ଯାହାକୁ କଲ୍କିଙ୍କ ଏକ ରୂପ ବୋଲି ମଧ୍ୟ କୁହାଯାଏ । ଏପରି ଭାବେ ଏହି ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.