ହସ୍ପିଟାଲରୁ ନବଜାତକ ଚୋରି ଅଭିଯୋଗ, ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ହସ୍ପିଟାଲ ମାଆ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଜି ସକାଳେ ପୁଣି ଏକ ନବଜାତକ ଚୋରି ଅଭିଯୋଗ । ବାଲିଆପାଳ ଥାନା କୁଲାଚଡ଼ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିତା ଗତକାଲି ବିଳମ୍ବିତ ରାତିରେ ପ୍ରସବ ପାଇଁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାଙ୍ଗରେ ଅନିତାଙ୍କ ଶାଶୂ ଓ ସ୍ଥାନୀୟ ଆଶାକର୍ମୀ ସଂଧ୍ୟାରଣୀ ଜେନା ମଧ୍ୟ ଆସିଥିଲେ ।

ରାତି ୧୨ଟା ବେଳେ ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ହେଲେ ଆଜି ସକାଳେ ସେଠାରେ ଜଣେ ଅଜଣା ମହିଳା ଆସି ପହଁଚି ତାଙ୍କ ପିଲାକୁ ଧରିବା ସହ ପରେ ଆଶାକର୍ମୀ ସନ୍ଧ୍ୟାରାଣୀଙ୍କ ସହ କଥାବାର୍ତ୍ତା କରିଥିଲେ । ଆଶାକର୍ମୀ ଓ ଅନିତାଙ୍କ ଶାଶୂ ୱାର୍ଡରେ ନଥିବା ବେଳେ ଅଜଣା ମହିଳାଜଣକ ସେଠାକୁ ଯାଇ ପିଲାଟିକୁ ଡାକ୍ତରଙ୍କ ପାଖକୁ ନେବାକୁ କହି ବେଡରୁ ନେଇଯାଇଥିଲା ।

ଏହା ପରେ ଆଉ ପିଲାର ପତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଏ ନେଇ ହସ୍ପିଟାଲ ଫାଣ୍ଡିରେ ଅନିତାଙ୍କ ଶଶୁର ଘର ଲୋକେ ପିଲା ଚୋରି ନେଇ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ହସ୍ପିଟାଲ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିଛି । ଆଶାକର୍ମୀ ଓ ହସ୍ପିଟାଲର ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Leave A Reply

Your email address will not be published.