ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଗୋଟିଏ ରନୱେରେ ଦୁଇଟି ବିମାନ : ଭିଡିଓ ଭାଇରଲ

ଅଳ୍ପକେ ବର୍ତ୍ତିଲା ବଡ ବିମାନ ଦୁର୍ଘଟଣା । ବଞ୍ଚିଗଲେ ଅନେକ ଯାତ୍ରୀ । ନଚେତ କିଛି ସେକେଣ୍ଡରେ ଚାଲିଯାଇଥାନ୍ତା ଅନେକ ଜୀବନ । ଶନିବାର ସନ୍ଧ୍ୟାରେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଲା ଏଭଳି ଅଦ୍ଭୁତ ଘଟଣା । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ମୁମ୍ବାଇ ଏୟାରପୋର୍ଟରେ ଗୋଟିଏ ରନୱେରେ ଦେଖିବାକୁ ମିଳିଥିଲା ଦୁଇଟି ବିମାନ । ମାତ୍ର କିଛି ସେକେଣ୍ଡ ବ୍ୟବଧାନରେ ଗୋଟେ ଉଡାଣ ଭରିଥିବା ବେଳେ ଅନ୍ୟଟି ଅବତରଣ କରିଥିଲା । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନ ମଧ୍ୟରେ ମାତ୍ର କିଛି ସେକେଣ୍ଡର ବ୍ୟବଧାନ ଥିଲା । ଆଉ ଟିକେ ବିଳମ୍ବ ହୋଇଥିଲେ ଅନେକ ଯାତ୍ରୀଙ୍କ ଜୀବନ ବାଜି ଲାଗିଯାଇଥାନ୍ତା ।

ଭିଡିଓର ଦେଖିବାକୁ ମିଳିଛି କି, ଶନିବାର ସନ୍ଧ୍ୟାରେ ମୁମ୍ବାଇ ଏୟାରପୋର୍ଟର ଗୋଟିଏ ରନୱେରେ ଦୁଇଟି ବିମାନ ପରସ୍ପର ନିକଟତର ହୋଇଥିଲେ । ଇଣ୍ଡିଗୋ ବିମାନ ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟରେ ରନୱେ ୨୭ରେ ଅବତରଣ କରିଥିବା ବେଳେ ଏୟାର ଇଣ୍ଡିଆର ବିମାନ ଉଡାଣ ଭରିଥିଲା । ଏହି ଦୁଇଟି ବିମାନ ଗୋଟିଏ ରନୱେରେ ମାତ୍ର କିଛି ସେକେଣ୍ଡ ବ୍ୟବଧାନରେ ଉଡାଣ ଓ ଅବତରଣ କରିଥିଲା ।

ଇଣ୍ଡିଗୋ ବିମାନ ୫୦୫୩ ଦେବୀ ଅହଲ୍ୟାବାଇ ହୋଲକର ଏୟାରପୋର୍ଟରୁ ଉଡାଣ ଭରିବା ପରେ ରନୱେ ୨୭ରେ ଅବତରଣ କରିବାର ଥିଲା । ଆଉ ସେହି ସମୟରେ ଏୟାର ଇଣ୍ଡିଆ ବିମାନ ୬୫୭ ତିରୁଅନନ୍ତପୁରମ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ଉଡାଣ ଭରିବାର ଥିଲା । ତେବେ ଯାହା ବି ହେଉ ଏକ ବଡ ବିମାନ ଦୁର୍ଘଟଣାରୁ ରକ୍ଷା ପାଇଥିଲା ।

Leave A Reply

Your email address will not be published.