ଘର ବାହାରୁ ବାଇକ୍ ଟେକି ନେଇ ଜାଳିଦେଲେ ଦୁର୍ବୃତ୍ତ

ଉଦଳା(କେନ୍ୟୁଜ):  ରାତି ଅଧରେ ଏମିତି କଣ ଜଳୁଛି । ଟିକେ ପାଖକୁ ଯାଇ ଦେଖିଲା ବେଳକୁ ଏହା ଥିଲା ଗୋଟେ ବାଇକ୍ । ଏମିତ କିଏ କାହିଁକି କଣ ପାଇଁ ବାଇକ୍ ରେ ନିଆଁ ଲଗାଇଲା ।
ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି ।

ଯାହା କୁହାଯାଉଛି କି, କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଆସିଲେ ଆଉ ଘର ବାହାରେ ଥିବା ବାଇକକୁ ଟେକି ନେଇ ନିଆଁ ଲଗାଇଦେଲେ । ରାତି ଅଧରେ ଗାଁ ରାସ୍ତାରେ ହୁ ହୁ ହୋଇ ଗଳୁଥିଲା ବାଇକ୍ । ତେବେ ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସୁଡ଼ସୁଡ଼ିଆ ଗ୍ରାମରେ ।

ଯାହା ଖବର ମିଳିଛି କି, ଗ୍ରାମର ରାମ ଚନ୍ଦ୍ର ନାୟକ ଗତକାଲି ରାତିରେ ନିଜ ଘରେ ପହଞ୍ଚି ସବୁଦିନ ଭଳି ଘର ବାହାରେ ବାଇକକୁ ରଖି ଘରେ ଶୋଇଥିଲେ । ହେଲେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବାଇକକୁ ଘର ସାମ୍ନାରୁ ଉଠାଇ ଆଣି ଗାଁ ରାସ୍ତାରେ ବାଇକକୁ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗି ଗାଡି ହୁତୁ ହୁତୁ ହୋଇ ଜାଳିବା ବେଳେ, ଜୋରେ ଶବ୍ଦ ହୋଇଥିଲା ।

ଏହାପରେ ପରିବାର ଲୋକେ ଉଠି ବାହାରକୁ ଆସି ଦେଖିବା ବେଳକୁ ବାଇକଟି ଜଳୁଥିଲା । ଏସବୁ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ତେବେ ବାଇକଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିବା ବେଳେ କିଏ ଏବଂ କେଉଁ କାରଣ ପାଇଁ ଗାଡିକୁ ଏଭଳି ଜାଳିଦେଲେ ତାହା ଏଯାଏ ବି ଅସ୍ପଷ୍ଟ ରହିଛି । ଯାହାର ଭିଜୁଆଲ୍ ବହୁ ମାତ୍ରରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଯଦି ଆପଣ ମାନଙ୍କ ଭିତରୁ .କେହି ବାହାର ଏଭଳି ବାଇକ୍ ରଖୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ ।

Leave A Reply

Your email address will not be published.