JEE ଆଡଭାନ୍ସଡ ରେଜଲ୍ଟ ପ୍ରକାଶିତ, ବେଦ ଲାହୋଟି ଟପ୍ପର

JEE ଆଡଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ jee.adv.ac.inରେ ରେଜଲ୍ଟ ଦେଖିପାରିବେ । ୩୬୦ରୁ ୩୫୫ନମ୍ବର ରଖି ବେଦ ଲାହୋଟି ଟପ୍ପର ହୋଇଛନ୍ତି । ୩୩୨ ନମ୍ବର ସହ ଦ୍ୱିଜା ଡି ପଟେଲ ମଧ୍ୟ ଶୀର୍ଷରେ ରହିଛନ୍ତି । ତେବେ ଆସନ୍ତାକାଲିଠୁ ଆରମ୍ଭ ହେବ କାଉନସେଲିଂ।

ଜେଇଇ ଆଡ଼ଭାନ୍ସଡ ରେଜଲ୍ଟ ଲିଙ୍କ ୨୦୨୪ ରୁ ସ୍କୋର କାର୍ଡ ମଧ୍ୟ ଡାଉନଲୋଡ କରିପାରିବେ । ଏହା ବ୍ୟତୀତ IIT JEE ଟପ୍ପର ତାଲିକା 2024, IIT JEE କଟଅଫ୍ ମାର୍କ ସହିତ ପ୍ରତ୍ୟେକ ସୂଚନା ଏହି ଓ୍ୱେବସାଇଟରେ ଉପଲବ୍ଧ ହେବ ।

ଚଳିତ ବର୍ଷ ରେଜଲ୍ଟରେ ବାଜି ମାରିଛନ୍ତି ପୁଅ । ଟପ୍ ୧୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ହିଁ ଝିଅ ସ୍ଥାନ ପାଇଛନ୍ତି । IIT ବମ୍ବେ ଜୋନର ଦ୍ୱିଜା ଡି ପଟେଲ ରାଙ୍କ-୭ରେ ରହିଛନ୍ତି । ସେ ୩୬୦ରୁ ୩୩୨ ମାର୍କ ରଖିଛନ୍ତି ।

JEE ଆଡଭାନ୍ସଡ ଶ୍ରେଷ୍ଠ ୧୦ ଜଣ :

ବେଦ ଲୋହାଟୀ
ଆଦିତ୍ୟ
ଭୋଗଲପଲ୍ଲୀ ସନ୍ଦେଶ
ରିଦମ କେଡିୟା
ପୁଟ୍ଟୀ କୁଶଲ କୁମାର
ରାଜଦୀପ ମିଶ୍ର
ଦ୍ୱିଜ ଧର୍ମେଶକୁମାର ପଟେଲ
କୋଡୁରୁ ତେଜେଶ୍ୱର
ଧ୍ରୁବିନ ହେମନ୍ତ ଦୋଷୀ
ଅଲ୍ଲାଦାବୋଇନା ଏସଏସ ଡିବି ସିଧାବିକ ସୁହାସ
ଜେଇଇ ଆଡଭାନ୍ସରେ ୪୮୨୪୮ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୪୦୨୮୪ ପୁଅ ଏବଂ ୭୯୬୪ ଝିଅ ସାମିଲ ଥିଲେ ।

You might also like