Browsing Tag

Air India

Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ । ସେ ଏହି ଦରରନ୍ଧା ଖାଦ୍ୟର ଫଟୋ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ସେୟାର କରିଛନ୍ତି । ଏହାସହିତ ବିମାନ ଭିତରେ ମଇଳା ସିଟ୍‌ର ଫଟୋ ମଧ୍ୟ ଛାଡ଼ିଛନ୍ତି ।…

ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଗୋଟିଏ ରନୱେରେ ଦୁଇଟି ବିମାନ : ଭିଡିଓ ଭାଇରଲ

ଅଳ୍ପକେ ବର୍ତ୍ତିଲା ବଡ ବିମାନ ଦୁର୍ଘଟଣା । ବଞ୍ଚିଗଲେ ଅନେକ ଯାତ୍ରୀ । ନଚେତ କିଛି ସେକେଣ୍ଡରେ ଚାଲିଯାଇଥାନ୍ତା ଅନେକ ଜୀବନ । ଶନିବାର ସନ୍ଧ୍ୟାରେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଲା ଏଭଳି ଅଦ୍ଭୁତ ଘଟଣା । ଯାହାର ଭିଡିଓ ସାମ୍ନାକୁ ଆସିଛି । ମୁମ୍ବାଇ ଏୟାରପୋର୍ଟରେ ଗୋଟିଏ…

ବିମାନ ଶୌଚାଳୟରେ ଟିସୁ ପେପର୍‌ରେ ଲେଖା ଥିଲା ‘ବୋମା’, ଯାତ୍ରୀ ଆତଙ୍କିତ

ଦିଲ୍ଲୀରୁ ଭଦୋଦରା ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଏହାକୁ ନେଇ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟର ବାତାବରଣ ଖେଳିଯାଇଛି । ଯେତେବେଳେ ଚାଳକ ଦଳର ଜଣେ ସଦସ୍ୟ ବିମାନ ଶୌଚାଳୟରେ ଏକ ଟିସୁ ପେପର୍‌ରେ ‘ବୋମା’ ଲେଖାଯାଇଥିବାର ଦେଖିବାକୁ ପାଇଥିଲେ, ସେତେବେଳେ…

ଏୟାର ଇଣ୍ଡିଆ ଏକ୍ସପ୍ରେସର ବଡ ଆକ୍ସନ, ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଥିବା କର୍ମଚାରୀଙ୍କୁ ବରଖାସ୍ତ

ନୂଆଦିଲ୍ଲୀ : ୩୦ କ୍ରିଉ ମେମ୍ବର ଚାକିରିରୁ ବିଦା । ଆକ୍ସନ ମୁଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ କର୍ତ୍ତୃପକ୍ଷ ।  ଅସୁସ୍ଥତା ଦର୍ଶାଇ କ୍ୟାବିନ କ୍ରିଉ ମେମ୍ବରମାନେ ସମୂହ ଛୁଟିରେ ଯିବାର ଦିନକ ପରେ କାର୍ଯ୍ୟାନୁଷ୍ଠାନ । ଆଗକୁ ଆଉ କିଛି କ୍ରିଉ ମେମ୍ବରଙ୍କୁ ଚାକିରିରୁ ବହିଷ୍କାର…

ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ପରସ୍ପର ସହିତ ଧକ୍କା, ଭାଙ୍ଗିଗଲା ବିମାନ ଡେଣା

ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ପଶ୍ଚିମବଙ୍ଗ କୋଲକତା ଏୟାରପୋର୍ଟରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନର ଡେଣା ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ପଙ୍ଖ ଭାଙ୍ଗିଯାଇଛି । ଇଣ୍ଡିଗୋ ବିମାନ ଟ୍ୟାକ୍ସ ବି ରେ ଯାଉଥିବା ବେଳେ ଏୟାର ଇଣ୍ଡିଆର ବିମାନ ସହିତ ଧକ୍କା ହୋଇଥିଲା । ତେବେ…

ଏୟାର ଇଣ୍ଡିଆ ବିମାନରେ ଅର୍ଡର କଲେ ନିରାମିଷ ଖାଦ୍ୟ, ବାହାରିଲା ଚିକେନ୍‌ ପିସ୍‌

ଏୟାର ଇଣ୍ଡିଆ ବିମାନରେ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା । କାଲିକଟ୍‌ରୁ ମୁମ୍ବାଇ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ବିମାନରେ ତାଙ୍କୁ ନିରାମିଷ ଖାଦ୍ୟ ଜାଗାରେ ଆମିଷ ଖାଦ୍ୟ ଦିଆଯାଇଛି । ଏହି ମାମଲାରେ ସେ ଏୟାରଲାଇନ୍ସ କମ୍ପାନୀ ପାଖରେ…

ଏୟାର ଇଣ୍ଡିଆ ବିମାନକୁ ବିଳମ୍ବରେ ଉଡାଣ ଭରିବା ପଡିଲା ମହଙ୍ଗା, ଏବେ ଯାତ୍ରୀଙ୍କୁ ଦେବ ୨ ଲକ୍ଷ କ୍ଷତିପୂରଣ

ଏୟାର ଇଣ୍ଡିଆକୁ ବିଳମ୍ବରେ ଉଡାଣ ଭରିବା ମହଙ୍ଗା ପଡିଛି । ଏବେ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (NCDRC) ସେହି ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛି । ସୂଚନା ମୁତାବକ, ୨୦୦୩…

ବଦଳିଲା ଏୟାର ଇଣ୍ଡିଆ କ୍ୟାବିନ୍‌ କ୍ରୁ ଏବଂ ଷ୍ଟାଫ୍‌ଙ୍କ ୟୁନିଫର୍ମ, ୬୦ ବର୍ଷ ପରେ ନୂଆ ଲୁକ୍‌ ଦେଲେ ମନୀଷ ମଲହୋତ୍ରା

ଟାଟା ଗ୍ରୁପ ସ୍ୱଚାଳିତ ଏୟାର ଇଣ୍ଡିଆର କ୍ୟାବିନ କ୍ରୁ ଏବଂ କକ୍‌ପିଟ କ୍ରୁଙ୍କ ନୂଆ ୟୁନିଫର୍ମ ଲୁକ୍‌ ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆ ନିଜର ପାଇଲଟ, କ୍ୟାବିନ କ୍ରୁ ଏବଂ କକ୍‌ପିଟ କ୍ରୁଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ କରିଛି । ଏହାକୁ ଜଣାଶୁଣା ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା…

ଏୟାର ଇଣ୍ଡିଆ ବିରୋଧରେ DGCAର ବଡ଼ କାର୍ଯ୍ୟାନୁଷ୍ଠାନ, ଲଗାଇଲା ୧୦ ଲକ୍ଷ ଟଙ୍କା ଜରିମାନା

ଏୟାର ଇଣ୍ଡିଆ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଏହା ଏୟାର ଇଣ୍ଡିଆ ଉପରେ ଲଗାଇଛି ୧୦ ଲକ୍ଷ ଟଙ୍କା ଜରିମାନା। ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର୍‌)ର ଉଲ୍ଲଂଘନ ପାଇଁ ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଏଆର୍‌…

ଏୟାର ଇଣ୍ଡିଆ ଯାତ୍ରୀଙ୍କ ଚିନ୍ତା ବଢ଼ିଲା, ଇସ୍ରାଏଲକୁ ସମସ୍ତ ଉଡ଼ାଣ ଅକ୍ଟୋବର ୧୪ ଯାଏ ବାତିଲ

ଇସ୍ରାଏଲ ଉପରେ ହାମାସର ଆକ୍ରମଣ ପରେ ବିଶ୍ୱରେ ନୂତନ ଯୁଦ୍ଧ ଆରମ୍ଭ ହୋଇଛି, ଯାହାର ପ୍ରଭାବ ଏବେ ଚାରିଆଡେ ଦେଖିବାକୁ ମିଳୁଛି। ବର୍ତ୍ତମାନର ସଙ୍କଟକୁ ଦୃଷ୍ଟିରେ ରଖି ଘରୋଇ ବିମାନ କମ୍ପାନୀ ‘ଏୟାର ଇଣ୍ଡିଆ’ ଇସ୍ରାଏଲର ରାଜଧାନୀ ତେଲ ଅଭିଭ୍‌ ଅଭିମୁଖେ ନିଜର ସମସ୍ତ ଉଡ଼ାଣକୁ ଅକ୍ଟୋବର ୧୪ ଯାଏ…

ମନିଷ୍‌ ମଲହୋତ୍ରା ଡିଜାଇନ୍‌ କରିବେ ଏୟାର ଇଣ୍ଡିଆ କ୍ରୁଙ୍କ ପାଇଁ ନୂଆ ୟୁନିଫର୍ମ

ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆର ୧୦,୦୦୦ ଫ୍ଲାଇଟ୍ କ୍ରୁ, ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ସୁରକ୍ଷା କର୍ମୀଙ୍କ ୟୁନିଫର୍ମ ଡିଜାଇନ କରିବେ ପ୍ରସିଦ୍ଧ ସେଲିବ୍ରେଟି ଫ୍ୟାସନ୍ ଡିଜାଇନର ମନିଷ୍ ମଲହୋତ୍ରା । ଏୟାରଲାଇନ କହିଛି ଯେ ‘ଏୟାର ଇଣ୍ଡିଆର ଆଧୁନିକୀକରଣ କାର୍ଯ୍ୟକ୍ରମରେ ଏହା ଏକ ଅଂଶ…

Air India ଦେଉଛି ଶସ୍ତା ବିମାନ ଯାତ୍ରାର ମଉକା, ମାତ୍ର ଏତିକି ଟଙ୍କାରେ ବୁକ୍‌ ହୋଇଯିବ ଟିକେଟ୍‌

ଯଦି ଆପଣ ମଧ୍ୟ ବିମାନ ଯାତ୍ରା କରିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଆସିଛି। ସ୍ପାଇସ୍‌ଜେଟ୍‌ ପରେ ଏବେ ଟାଟା ଗ୍ରୁପ୍‌ର ଏୟାରଲାଇନ୍‌ ‘ଏୟାର ଇଣ୍ଡିଆ’ ଯାତ୍ରୀମାନଙ୍କ ପାଇଁ ଏକ ଖାସ୍‌ ଅଫର୍‌ ନେଇ ଆସିଛି, ଯେଉଁଥିରେ ଆପଣ ଶସ୍ତାରେ ଟିକେଟ୍‌ ବୁକିଂ କରାଇ ପାରିବେ।…