୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଘୋଷଣା ହେଲା କଂଗ୍ରେସର ୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ।

ଭୁବନେଶ୍ୱର : ଘୋଷଣା ହେଲା କଂଗ୍ରେସର ୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ସମ୍ବଲପୁର ଲୋକସଭା ଆସନରେ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝର- ବିନୋଦ ବିହାରି ନାୟକ ଓ ଆସ୍କା ଲୋକସଭା ଆସନରେ ଦେବକାନ୍ତ ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ସେହିପରି ୧୬ ବିଧାନସଭା ଆସନରୁ ଦଶପଲ୍ଲା ପାଇଁ ନକୁଳ ନାୟକ, ଝାରସୁଗୁଡା- ଅମିତା ବିଶ୍ୱାଳ , ବଡସାହି-କ୍ଷୀରୋଦ ଚନ୍ଦ୍ର ପାତ୍ର,ସୁକିନ୍ଦା-ବିଭୁ ଭୁଷଣ ରାଉତ, କଣ୍ଟାମାଳ-ଶରତ କୁମାର ପ୍ରଧାନ, କେନ୍ଦ୍ରାପଡା-ସିପ୍ରା ମଲିକ, ରାଜନଗର-ଅଶୋକ ପଡିହାରୀ, ମହାକାଳପଡା-ଲୋକନାଥ ମହାନ୍ତି, ନିମାପଡା-ସିର୍ଦ୍ଧାର୍ଥ ରାଉତରାୟ,ପିପିଲି-ଜ୍ଞାନ ରଂଜନ ପଟ୍ଟନାୟକ, ଜୟଦେବ-କୃଷ୍ଣ ସଗରିଆ, ଚିଲିକା-ପ୍ରଦୀପ କୁମାର ସ୍ୱାଇଁ, ଖଣ୍ଡପଡା-ମନୋଜ କୁମାର ପ୍ରଧାନ,ଦଶପଲ୍ଲା-ନକୁଲ ନାୟକ, କବିସୂର୍ଯ୍ୟନଗର-ସଂଜୟ କୁମାର ମଣ୍ଡଳ , ଗୋପାଳପୁର-ଶ୍ୟାମସୁନ୍ଦରଗଡ଼ ସାହୁ ଓ ଖୋର୍ଦ୍ଧାରେ ସୋନାଲି ସାହୁଙ୍କୁ କଂଗ୍ରେସ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । କେନ୍ଦୁଝର ଆସନରେ ସାଂସଦ ପ୍ରାର୍ଥୀଙ୍କୁ ବଦଳାଇଛି ଦଳ । ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାୟକଙ୍କୁ ପ୍ରାର୍ଥୀ କରିଛି । ଏଯାଏ ୧୯ ଲୋକସଭା ଓ ୧୩୮ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.