Below header

ଭାରତ ପରେ ଟି୨୦ ବିଶ୍ୱକପ ପାଇଁ ଟିମ୍‌ ଘୋଷଣା କଲା ଅଷ୍ଟ୍ରେଲିଆ, ଷ୍ଟିଭ ସ୍ମିଥଙ୍କୁ ମିଳିଲାନି ସୁଯୋଗ

ଆଇସିସି ଟି୨୦ ବିଶ୍ୱକପ ପାଇଁ ଟିମ୍‌ ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ମଧ୍ୟ ଟିମ୍‌ ଘୋଷଣା କରିଛି । କ୍ରିକେଟ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କରିଛି । ମିଚେଲ ମାର୍ଶଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଷ୍ଟିଭ ସ୍ମିଥଙ୍କୁ ଟିମରେ ସୁଯୋଗ ମିଳିନାହିଁ ।

ଭାରତ ଆଇସିସି ଟି୨୦ ବିଶ୍ୱକପ ପାଇଁ ଟିମ୍‌ ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ମଧ୍ୟ ଟିମ୍‌ ଘୋଷଣା କରିଛି । କ୍ରିକେଟ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କରିଛି । ମିଚେଲ ମାର୍ଶଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଷ୍ଟିଭ ସ୍ମିଥଙ୍କୁ ଟିମରେ ସୁଯୋଗ ମିଳିନାହିଁ ।

ଜୁନ ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଟିମ୍‌ ଘୋଷଣା କରିଛନ୍ତି । ତେବେ ଅଷ୍ଟ୍ରେଲିଆ ଟିମର ଦାୟିତ୍ୱ ମିଚେଲ ମାର୍ଶଙ୍କୁ ଦିଆଯାଇଛି । ପାଟ କମିନ୍ସ ଟିମରେ ସାମିଲ ରହିଛନ୍ତି କିନ୍ତୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇନାହିଁ ।

ଅଷ୍ଟ୍ରେଲିଆ ଟିମ୍‌ :

ମିଚେଲ ମାର୍ଶ(ଅଧିନାୟକ), ଏଶଟନ ଏଗର, ପାଟ କମିନ୍ସ, ଟିମ ଡେଭିଡ, ନାଥନ ଏଲିସ, କ୍ୟାମରୁନ ଗ୍ରୀନ, ଜୋସ୍‌ ହେଜାଉଡ, ଟ୍ରେଭିସ ହେଡ, ଜୋଶ ଇଂଲିଶ, ଗ୍ଲେ ମ୍ୟାକ୍ସେଓ୍ଵଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ଓ୍ଵାନର, ଆଡମ ଜମ୍ପା ।

ଟି୨୦ ବିଶ୍ୱକପ ୨୦୨୪ ଜୁନରୁ ଆରମ୍ଭ ହେବ । ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ ମ୍ୟାଚ । ଟି-୨୦ର ସମସ୍ତ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳାଯାଇପାରେ ।  ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକାଭୁକ୍ତ କରାଯାଇଛି । ଭାରତୀୟ ସମୟ ଅନୁସାରେ ଟୁର୍ଣ୍ଣାମେଣ୍ଟ ଜୁନ୍‌ ୨ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକରେ ୨୦ଟିମ ଭାଗ ନେବେ । ପ୍ରତ୍ୟେକ ଟିମକୁ ୪ଟି ଗ୍ରୁପରେ ବଣ୍ଟାଯିବ । ଭାରତ ଗ୍ରୁପ ଏରେ ରହିବ । ଭାରତ ଛଡା ଗ୍ରୁପ ଏ ରେ ପାକିସ୍ତାନ, ଆୟରଲାଣ୍ଡ, ୟୁଏସଏ ଏବଂ କାନାଡା ରହିବ ।

ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍‌କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଏହାପରେ ଟପ୍‌-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍‌ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍‌-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.