Below header

JDS ପାର୍ଟି କୋର କମିଟି ନିଷ୍ପତ୍ତି, ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ସସପେଣ୍ଡ, ପେନଡ୍ରାଇଭରେ ରହିଛି ୩୦୦୦ ଅଶ୍ଲୀଳ ଭିଡିଓ

ଏଚଡି ଦେବେଗୌଡାଙ୍କ ନାତି ତଥା କର୍ଣ୍ଣାଟକ ହାସନର ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ JDS ପାର୍ଟିରୁ ସସପେଣ୍ଡ କରାଯାଇଛି । ଜେଡିଏସର କୋର କମିଟି ନିଷ୍ପତ୍ତି ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଏହାସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ପରିବାର ଯୌନ ନିର୍ଯାତନା ମାମଲାରେ ଅଡୁଆ ବଢିବାରେ ଲାଗିଛି । ଏଚଡି ଦେବେଗୌଡାଙ୍କ ନାତି ତଥା କର୍ଣ୍ଣାଟକ ହାସନର ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ JDS ପାର୍ଟିରୁ ସସପେଣ୍ଡ କରାଯାଇଛି ।  ଜେଡିଏସର କୋର କମିଟି ନିଷ୍ପତ୍ତି ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଏହାସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଏଥର ମଧ୍ୟ ପ୍ରଜ୍ଜ୍ୱଳ ହାସନରୁ ନିର୍ବାଚନ ଲଢୁଥିଲେ ।

ରବିବାର ସାଂସଦ ତଥା ହାସନ ଲୋକସଭା ଆସନରୁ ଜେଡିଏସ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଆସିଥିଲା ଯୌନ ନିର୍ଯାତନା ଅଭିଯୋଗ । ପ୍ରଜ୍ଜ୍ୱଳ ଘରୋଇ ସହାୟିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ତାଙ୍କ ବାପା ତଥା ବିଧାୟକ ଏଚଡି ରେଭାନ୍ନା ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ କର୍ଣ୍ଣାଟକ ଓ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । କର୍ଣ୍ଣାଟକରେ ବିଜେପି ଜେଡିଏସ ସହିତ ମେଣ୍ଟ କରିଥିବାରୁ ବିଭିନ୍ନ ରାଜନୈତିକ ଦଳ ଏବେ ବିଜେପିକୁ ଟାର୍ଗେଟ କରୁଛନ୍ତି ।

ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସିର ଧାରା 354A, 354D, 506 ଓ 509 ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଏପଟେ ପ୍ରଜ୍ଜ୍ୱଳଙ୍କ ପାଖରେ ଥିବା ଏକ ପେନଡ୍ରାଇଭ ମିଳିଛି । ଏଥିରେ ୩୦୦୦ ମହିଳାଙ୍କ ସେକ୍ସ ଭିଡିଓ ରହିଛି । ମହିଳାଙ୍କୁ ବ୍ଲାକମେଲ କରିବାକୁ ପ୍ରଜ୍ଜ୍ୱଳ ଏହାକୁ ବ୍ୟବହାର କରିଥିବା କୁହାଯାଉଛି । ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଏହି ଭିଡିଓଗୁଡିକ ନକଲି କହି ପାଲଟା ଅଭିଯୋଗ ଦାୟର କରିଛନ୍ତି ।

ସେପଟେ କର୍ଣ୍ଣାଟକ ସରକାର ଏହି ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ପରେ ପ୍ରଜ୍ବଳ ଫେରାର ଅଛନ୍ତି । ୩୪ ବର୍ଷୀୟ ପ୍ରଜ୍ବଳ ଦେଶ ଛାଡି ପଳାଇଥିବା କୁହାଯାଉଛି । କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ପ୍ରଜ୍ଜ୍ୱଳ ରେଭାନ୍ନା ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଏପ୍ରିଲ ୨୬ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହୋଇଥିଲା । ଗତ ବର୍ଷ ସେପ୍ଟେମ୍ବର ମାସରେ ଜେଡିଏସ ଏନଡିଏ ମେଣ୍ଟରେ ଯୋଗ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.