Below header

ଘର ଉପରେ ପଡିଲା କିଲେ ଓଜନର କୁଆପଥର

ପାଖାପାଖି ୨୦ରୁ ୨୫ ମିନିଟରେ ସବୁକିଛି ଧ୍ୱଂସ ବିଧ୍ୱଂସ କରିଦେଲା ପ୍ରକୃତି । ହଁ ଆଜ୍ଞା କାଳ ବୈଶାଖୀ ରଚିଲା ତାଣ୍ଡବ । ଲୋକେ ହେଲେ ହସ୍ତସନ୍ତ । ମାତ୍ର କେଇ ମିନିଟରେ ଭାଙ୍ଗିଦେଇଗଲା ୪୦ରୁ ଅଧିକ ଘର ।

ଆଳି (କେନ୍ୟୁଜ) : ସମୟ ପାଖାପାଖି ୫ଟା କି ସାଢ଼େ ୫ଟା ହେବ । ହଠାତ୍‌ ବହିଲା ପ୍ରବଳ ବେଗରେ ପବନ । ତାପରେ ଧୂଳିଝଡ ଆରମ୍ଭ ହୋଇଗଲା ଆଉ ତାପରେ ବର୍ଷା ସାଙ୍ଗକୁ କୁଆପଥର ମାଡ । ଆଉ ତାସାଙ୍ଗକୁ ଭିଷଣ ବଜ୍ରପାତ । ପାଖାପାଖି ୨୦ରୁ ୨୫ ମିନିଟରେ ସବୁକିଛି ଧ୍ୱଂସ ବିଧ୍ୱଂସ କରିଦେଲା ପ୍ରକୃତି । ହଁ ଆଜ୍ଞା କାଳ ବୈଶାଖୀ ରଚିଲା ତାଣ୍ଡବ । ଲୋକେ ହେଲେ ହସ୍ତସନ୍ତ । ମାତ୍ର କେଇ ମିନିଟରେ ଭାଙ୍ଗିଦେଇଗଲା ୪୦ରୁ ଅଧିକ ଘର ।

ଗତକାଲି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରଥମେ ହଠାତ୍ ଧୂଳିଝଡ ଆରମ୍ଭ ହୋଇଯାଇଥିଲା। ପରେ ପରେ ବର୍ଷା,କୁଆପଥର ମାଡ଼ ଓ ଘନଘନ ବଜ୍ରପାତ ଘଟିଥିଲ।ଫଳରେ ବିଶେଷ କରି ପତ୍ରପୁର ପଂଚାୟତର ୪୦ରୁ ଉର୍ଦ୍ଧ୍ବ ଆଜବେଷ୍ଟସ ଘର ପ୍ରଭାବିତ ହୋଇଛି।କୁଆ ପଥରମାଡ଼ ଯୋଗୁ ଆଜବେଷ୍ଟସ ଛାତ ଗୁଡିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଯାଇଛି। ଘର ଛାତଗୁଡିକ ଭାଙ୍ଗି ରୁଜି ଯିବା ପରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଛନ୍ତି।

କିଏ ଧାର ଉଧାର କରଜ କରିକି ଘର ଖଣ୍ଡିଏ ତିଆରି କରିଥିଲେ । କିନ୍ତୁ ସେହି ଘର ଆଜି ଭାଙ୍ଗି ରୁଜି ଯାଇଛି । ବଡ ବଡ ପଥର ସବୁ ଘରକୁ ପୂରା କଣା କରିଦେଇଛି । ଲୋକେ କହୁଛନ୍ତି ଏତେ ବର୍ଷ ଜୀବନ କାଳ ଭିତରେ ଏମିତିକା କୁଆ ପଥର ମାଡ କେବେ ଦେଖିନୁ । ତେବେ ନିଜର ସମସ୍ତ ଜମା ପୁଞ୍ଜିକୁ ବ୍ୟୟ କରି ଘର ଖଣ୍ଡିଏ କରିଥିବା ଲୋକ ଏବେ ଏମିତି ପରିସ୍ଥିତି ଦେଖି ଆଖିରୁ ଲୁହ ଗଡାଉଛନ୍ତି । ତେବେ ଏନେଇ କ୍ଷତିଗ୍ରସ୍ତ ଲୋକମାନେ ଆଳି ତାହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି।ତୁରନ୍ତ କ୍ଷତି ପୁରାଣ ଯୋଗାଇ ଦେବା ପାଇଁ ଦାବିକରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.