Below header

କୁଆପଥର ମାଡ଼ରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ, ଭାଙ୍ଗିଲା ବିମାନର ଓ୍ଵିଣ୍ଡ ସିଲଡ

କୁଆପଥର ମାଡ଼ରେ ଭିସ୍ତାରା ବିମାନର ଜରୁରୀ ଅବତରଣ । ଭୁବନେଶ୍ୱରରୁ ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିଲା ବିମାନ । ହଠାତ୍‌ ଭୁବନେଶ୍ୱରରେ କୁଆପଥର ମାଡ଼ ହେବାରୁ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । ଏହାସହ କୁଆପଥର ମାଡ଼ରେ ବିମାନର ଓ୍ଵିଣ୍ଡ୍‌ ସିଲଡ୍‌ ଭାଙ୍ଗି ଯାଇଥିଲା ।

ଭୁବନେଶ୍ୱର(କେନ୍ୟୁଜ୍‌): କୁଆପଥର ମାଡ଼ରେ ଭିସ୍ତାରା ବିମାନର ଜରୁରୀ ଅବତରଣ। ଭୁବନେଶ୍ୱରରୁ ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିଲା ବିମାନ । ହଠାତ୍‌ ଭୁବନେଶ୍ୱରରେ କୁଆପଥର ମାଡ଼ ହେବାରୁ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । ଏହାସହ କୁଆପଥର ମାଡ଼ରେ ବିମାନର ଓ୍ଵିଣ୍ଡ୍‌ ସିଲଡ୍‌ ଭାଙ୍ଗି ଯାଇଥିଲା । ଟେକଅପ୍‌ କରିବାର ୧୦ ମିନିଟ୍‌ ପରେ ଜରୁରୀ ଅବତରଣ କରିଥିଲା ଏହି ବିମାନ । ତେବେ ଏହି ବିମାନରେ ୧୭୦ ଯାତ୍ରୀ ଥିବା ସୂଚନା ରହିଛି । ଏବଂ ସମେସ୍ତ ସୁରକ୍ଷିତ ଥିବା ଜଣାପଡ଼ିଛି ।

ତେବେ ଭୁବନେଶ୍ୱରରେ ତାଣ୍ଡବ ରଚିଥିଲା କାଳ ବୈଶାଖୀ । ଯାହାଫଳରେ ଝିପ୍‌ ଝିପ୍‌ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା । ଏହି ସମୟରେ ଭୁବନେଶ୍ୱରରୁ ଏୟାରପୋର୍ଟରେ ଭୁବନେଶ୍ୱରରୁ ଦିଲ୍‌ଲୀ ଅଭିମୁଖେ ଯାଉଥିବା ଭିସ୍ତାରା ବିମାନ ଜରୁରୀ ଅବତରଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.