Below header

ଆଜିଠୁ ଭାରତରେ ବନ୍ଦ ହୋଇଯିବ କି OnePlus ସ୍ମାର୍ଟଫୋନ ବିକ୍ରି? ଜାଣନ୍ତୁ କ’ଣ କହିଲା କମ୍ପାନୀ

ଗତ କିଛି ଦିନ ହେବ ସାରା ଭାରତରେ ୱାନପ୍ଲସ୍ ସ୍ମାର୍ଟଫୋନ୍ ବିକ୍ରି ବନ୍ଦ ହେବା ନେଇ ଖବର ଆସୁଥିଲା । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ମୋବାଇଲ୍ ରିଟେଲ ଚେନ୍ OnePlus ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ବିୟରେବଲ ଆଇଟମ ବିକ୍ରୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଗତ କିଛି ଦିନ ହେବ ସାରା ଭାରତରେ ୱାନପ୍ଲସ୍ ସ୍ମାର୍ଟଫୋନ୍ ବିକ୍ରି ବନ୍ଦ ହେବା ନେଇ ଖବର ଆସୁଥିଲା । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ମୋବାଇଲ୍ ରିଟେଲ ଚେନ୍ OnePlus ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ବିୟରେବଲ ଆଇଟମ ବିକ୍ରୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁଯାୟୀ, ସାଉଥ ଇଣ୍ଡିଆନ ଅର୍ଗାନାଇଜଡ୍ ରିଟେଲର୍ସ ଆସୋସିଏସନ୍ (ଓଆରଏ) ୱାନପ୍ଲାସ ଇଣ୍ଡିଆର ବିକ୍ରୟ ନିର୍ଦ୍ଦେଶକ ରଣଜିତ ସିଂଙ୍କୁ ଏକ ଚିଠି ଲେଖି ଏହାର ପ୍ରଡକ୍ଟ ବିକ୍ରି ନକରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ କମ୍ପାନୀର ବୟାନ ବାହାରିଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ସମଗ୍ର ଭାରତରେ ଖୁଚୁରା ବ୍ୟବସାୟୀମାନେ ୱାନପ୍ଲସ ପ୍ରଡକ୍ଟର ଅଫଲାଇନ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅନେକ ଖୁଚୁରା ବ୍ୟବସାୟୀଙ୍କ ନିକଟରେ କମ୍ପାନୀରେ ଅଭିଯୋଗ ରହିଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ କମ୍ପାନୀର ବୟାନ ବାହାରିଛି । OnePlus କହିଛି ଯେ ଖୁଚୁରା ବ୍ୟବସାୟୀମାନଙ୍କ ସହ କାମ କରି କମ୍ପାନୀ ଏହି ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରୁଛି ।

OnePlus ଏହାର ବୟାନରେ କହିଛି ଯେ ଗତ ୭ ବର୍ଷ ମଧ୍ୟରେ କମ୍ପାନୀ ଭାରତର ବିଶ୍ୱସ୍ତ ଖୁଚୁରା ବ୍ୟବସାୟୀଙ୍କ ସମର୍ଥନ ପାଇଛି ଏବଂ ୱାନପ୍ଲସ ଏହାକୁ ପ୍ରଶଂସା କରୁଛି । ବର୍ତ୍ତମାନ, କମ୍ପାନୀ ଏହାର ସହଭାଗୀ ଖୁଚୁରା ବ୍ୟବସାୟୀମାନଙ୍କ ସହିତ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛି । ଏହି ସହଭାଗୀତାକୁ ଆହୁରି ମଜବୁତ କରିବାକୁ ସେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ତେବେ ଅଫଲାଇନ୍ ଚ୍ୟାନେଲ ମାଧ୍ୟମରେ କମ୍ପାନୀର ଫୋନ୍ ବିକ୍ରି ଆସନ୍ତା ମେ ୧ ଅର୍ଥାତ ଆଜିଠାରୁ ବନ୍ଦ ହେବ କି ନାହିଁ ସେ ସମ୍ପର୍କରେ କମ୍ପାନୀ କିଛି କହି ନାହିଁ ।

ଖୁଚୁରା ବ୍ୟବସାୟୀମାନେ OnePlus ରେ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ବହୁତ କମ ପ୍ରଫିଟ ମାର୍ଜିନ ଦେଉଛି । ଏହା ସହିତ, କମ୍ପାନୀ ୱାରେଣ୍ଟି ଏବଂ ସର୍ଭିସ କ୍ଳେମ ପ୍ରୋସେସକୁ ମଧ୍ୟ ବିଳମ୍ବ କରିଥାଏ । ଏହି ଗମ୍ଭୀର ସମସ୍ୟାକୁ ଦୃଷ୍ଟିରେ ରଖି ଖୁଚୁରା ବ୍ୟବସାୟୀମାନଙ୍କୁ OnePlus ପ୍ରଡ଼କ୍ଟ ବିକ୍ରୟ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ପଡିଲା । ରିପୋର୍ଟ ଅନୁଯାୟୀ, ୨୩ଟି ରିଟେଲ ଚେନର ୪୫୦୦ ଷ୍ଟୋର ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବ । ଏହି ସମସ୍ତ ରିଟେଲ ଚେନ୍ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜୁରାଟର ।

ଅର୍ଗନାଇଜଡ୍ ରିଟେଲର୍ ଆସୋସିଏସନ୍ କହିଛି ଯେ ଗତ ବର୍ଷ ସେମାନେ OnePlus ପ୍ରଡକ୍ଟ ବିକ୍ରି କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ୱାରେଣ୍ଟି ଏବଂ କ୍ଳେମରେ ବିଳମ୍ବ ହେତୁ ଏବଂ କମ୍ପାନୀ ଦ୍ୱାରା ଗ୍ରାହକଙ୍କୁ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିବ, ଯାହା ସେମାନଙ୍କ ପାଇଁ ଆଉ ଏକ ଏକ୍ସଟ୍ରା ଵର୍ଡନ ହୋଇପଡିଛି । ସୂଚନାଯୋଗ୍ୟ, ଉପଭୋକ୍ତାମାନେ ଆମାଜନ ଇଣ୍ଡିଆରୁ ଅନଲାଇନରେ ୱାନପ୍ଲସର ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ପ୍ରଡକ୍ଟ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.