ଟିକିଲି ଲଗାଇବା ଦ୍ୱାରା କୁଣ୍ଡାଇ ହେଉଛି କି ! ଆପଣାନ୍ତୁ ଘରୋଇ ଉପଚାର

ମଥାରେ ଯେଉଁ ସ୍ଥାନରେ ଟିକିଲି ଲାଗି ରହେ, ସେଠାରେ ଟିକିଲି ଅଠା ପାଇଁ କୁଣ୍ଡାଇ ହୋଇ ଲାଲ ପଡ଼ିଯାଏ । ଯଦି ଆପଣ ବି ଏହି ଅସୁବିଧା ଭୋଗୁଛନ୍ତି ତେବେ କେତେକ ଘରୋଇ ଉପଚାର ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଝିଅ ହୁଅନ୍ତୁ କି ମହିଳା, ସମସ୍ତେ ମଥାରେ ଟିକିିଲି ବା ବିନ୍ଦି ଲଗାଇଥାନ୍ତି । ଏହା ମୁହଁର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ସଧବା ନାରୀର ସବୁଠୁ ବଡ଼ ଅଳଙ୍କାର ହେଉଛି ତା’ ନାଲି ବିନ୍ଦି । ସ୍ୱାମୀର ମଙ୍ଗଳ ମନାସି ସେ ମଥାରେ ଟିକିଲି ନାଇଥାଏ । ସେହିଭଳି ଛୋଟ ପିଲାମାନେ ନଜର ଦୋଷରୁ ବର୍ତ୍ତିବା ପାଇଁ ମୁଣ୍ଡରେ କଳା କିମ୍ବା କଳା ରଙ୍ଗର ଟିକିଲି ଲଗାଇଥାନ୍ତି । ପିଲା ବେଳୁ ଘରର ବଡ଼ ମାନେ ଏହି ଅଭ୍ୟାସ କରାଇ ଦେଇଥାନ୍ତି । ମାତ୍ର ଏବେ ଆଧୁନିକତାର ବଶବର୍ତ୍ତୀ ହୋଇ ଝିଅମାନେ ଆଉ ମୁଣ୍ଡରେ ଟିକିଲି ଲଗାଉନାହାନ୍ତି । କିନ୍ତୁ ଏବେ ବି କିଛି ଝିଅ ଅଛନ୍ତି ଯେଉଁମାନେ ପ୍ରତିଦିନ ମଥାରେ ଟିକିଲି ଲଗାଇଥାନ୍ତି ।

ତେବେ ଟିକିଲି ମୁହଁର ସୌନ୍ଦର୍ଯ୍ୟ ବଢ଼ାଉଥିଲେ ମଧ୍ୟ ବେଳେବେଳେ କୁଣ୍ଡାଇ ହେବା ସମସ୍ୟା ବି ସୃଷ୍ଟି କରିଥାଏ । ମଥାରେ ଯେଉଁ ସ୍ଥାନରେ ଟିକିଲି ଲାଗି ରହେ, ସେଠାରେ ଟିକିଲି ଅଠା ପାଇଁ କୁଣ୍ଡାଇ ହୋଇ ଲାଲ ପଡ଼ିଯାଏ । ଯଦି ଆପଣ ବି ଏହି ଅସୁବିଧା ଭୋଗୁଛନ୍ତି ତେବେ କେତେକ ଘରୋଇ ଉପଚାର ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା କ’ଣ ସେହି ଉପଚାର…

ନଡ଼ିଆ ତେଲ:
ନଡ଼ିଆ ଜେଲରେ ଆଣ୍ଟି ବାୟୋଟିକ୍‌ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି । ଏହା ତ୍ୱଚା ଜନିତ ସମସ୍ୟା ସମସ୍ୟାକୁ ଦୂର କରିବାରେ ରାମବାଣ ଭଳି କାମ କରେ । ଯଦି ଟିକିଲି ଲଗାଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେଉଛି, ତେବେ ସେହି ଜାଗାରେ କିଛି ନଡ଼ିଆ ତେଲ ଲଗାନ୍ତୁ । ଦେଖିବେ ଧୀରେ ଧୀରେ କୁଣ୍ଡାଇ ହେବା ସମସ୍ୟା ଦୂରେଇ ଯିବ ।

ଆଲୋଭେରା ଜେଲ୍‌:
ଟିକିଲି ଲଗାଇବା ପରେ ମୁହଁ କୁଣ୍ଡାଇ ହେଉଥିଲେ ଆପଣ ଆଲୋଭେରା ଜେଲ୍‌ ମଧ୍ୟ ବ୍ୟବହାର କରିପାରିବେ । ଟିପରେ ଟିକେ ଆଲୋଭେରା ଜେଲ୍‌ ଲଗାଇ କୁଣ୍ଡାଇ ହେବା ଜାଗାରେ ଘଷି ଦିଅନ୍ତୁ । ରାତିରେ ଶୋଇବା ବେଳେ ନିୟମିତ ଏଭଳି କରନ୍ତୁ । ଆଉ କୁଣ୍ଡାଇ ହେବ ନାହିଁ ।

ରାଶି ତେଲ:
ବିନ୍ଦି ଲଗାଇବା ଦ୍ୱାରା କୁଣ୍ଡାଇ ହେଉଥିଲେ, ସେହି ଜାଗାରେ ରାଶି ତେଲ ମଧ୍ୟ ଲଗାଇ ପାରିବେ । ତେଲ ଲଗାଇବା ଦ୍ୱାରା ଟିକିଲିର ଅଠା ସହଜର ଛାଡ଼ିଯାଇଥାଏ । ଫଳରେ ଆଉ କୁଣ୍ଡାଇ ହୁଏ ନାହିଁ ।

Leave A Reply

Your email address will not be published.