ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ସମସ୍ୟା, ଆଗାମୀ ଆଇପିଏଲ ସିଜିନର ପ୍ରଥମ ମ୍ୟାଚ ବ୍ୟାନ୍‌

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଚଳିତ ସିଜିନର ସମସ୍ତ ଲିଗ୍‌ ମ୍ୟାଚ ଖେଳିସାରିଛି । ପ୍ଳେ ଅଫରୁ ମଧ୍ୟ ବାଦ୍‌ ପଡିଛି । ତେଣୁ ଏହି ସିଜିନରେ ଆଉ କୌଣସି ମ୍ୟାଚ ଖେଳିବନି ମୁମ୍ବାଇ ଇଣ୍ଡିଆନ୍ସ । ତେଣୁ ଆଗାମୀ ଆଇପିଏଲରେ ସିଜିନର ପ୍ରଥମ ମ୍ୟାଚ ଖେଳିବେ ନାହିଁ ହାର୍ଦ୍ଦିକ ।

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁସ୍କିଲ ବଢିବାରେ ଲାଗିଛି । ଆଇପିଏଲରେ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ହୋଇଛନ୍ତି ହାର୍ଦ୍ଦିକ । ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ କାରଣରୁ ଗୋଟିଏ ମ୍ୟାଚ ବ୍ୟାନ୍‌ ଏବଂ ୩୦ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଚଳିତ ସିଜିନର ସମସ୍ତ ଲିଗ୍‌ ମ୍ୟାଚ ଖେଳିସାରିଛି । ପ୍ଳେ ଅଫରୁ ମଧ୍ୟ ବାଦ୍‌ ପଡିଛି । ତେଣୁ ଏହି ସିଜିନରେ ଆଉ କୌଣସି ମ୍ୟାଚ ଖେଳିବନି ମୁମ୍ବାଇ ଇଣ୍ଡିଆନ୍ସ । ତେଣୁ ଆଗାମୀ ଆଇପିଏଲରେ ସିଜିନର ପ୍ରଥମ ମ୍ୟାଚ ଖେଳିବେ ନାହିଁ ହାର୍ଦ୍ଦିକ । ପୂର୍ବରୁ ଆଇପିଏଲ ୨୦୨୪ ସିଜିନର ପ୍ରଥମ ଦୁଇଟି ମ୍ୟାଚରେ ସ୍ଲୋ ଓଭର ରେଟ ପାଇଁ ତାଙ୍କୁ ଜରିମାନା ଲାଗିଥିଲା । ଏବେ ତୃତୀୟ ଥର ପାଇଁ ଏମିତି କରିବାରୁ ତାଙ୍କ ଉପରେ ବ୍ୟାନ୍‌ ସହିତ ଜରିମାନା ଲାଗିଛି ।

୨୦୨୪ ଆଇପିଏଲରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଚୟନ କରାଯାଇଥିଲା । ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ରୋହିତଙ୍କୁ ଅଧିନାୟକତ୍ୱ ଦାୟିତ୍ୱରୁ ହଟାଇଥିଲା । ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଟିମର ପ୍ରଦର୍ଶନ ବହୁତ ନୈରାଶଜନକ ରହିଥିଲା । ଏହାପୂର୍ବରୁ ଅଧିନାୟକ ଭାବେ ହାର୍ଦ୍ଦିକ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପରେ ୧୪ଟି ମ୍ୟାଚରୁ କେବଳ ୪ଟି ମ୍ୟାଚ ଜିତିଥିଲା । ପଏଣ୍ଟ ତାଲିକାରେ ଶେଷରେ ରହିଛି ମୁମ୍ବାଇ । ନିଜର ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ନିଜ ହୋମ ଗ୍ରାଉଣ୍ଡରେ ପରାଜୟର ଶିକାର ହୋଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ଲକ୍ଷ୍ନୌ ଏହି ମ୍ୟାଚକୁ ୧୮ ରନରେ ଜିତିଥିଲା । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଥିଲା । ଲକ୍ଷ୍ନୌ ଏହି ମ୍ୟାଚରେ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୧୪ ରନ କରିଥିଲା । ଯାହାକୁ ମୁମ୍ବାଇ ଟିମ୍‌ ୨୦ ଓଭରରେ ୧୯୬ ରନ୍‌ କରିଥିଲା ।

Leave A Reply

Your email address will not be published.