ପ୍ରେମିକା ବାହାଘରରେ ପ୍ରେମିକ ପହଁଚି ଉପହାର ଦେଲା ପୋଜ୍‌ ଦେଇ ଫଠୋ ଉଠାଇଲା ତାପରେ ବରକୁ ମାରିଲା

ନିଜ ପ୍ରେମିକାକୁ ଆଉ କାହା ସାଥିରେ ଦେଖି ସହି ପାରିଲାନି ପ୍ରେମିକ । କନିଆଁ ବେଶରେ ଆଜି ତାକୁ ଆଉ କାହା ପାଖରେ ଦେଖି ରକ୍ତ ଗରମ ହେଇଗଲା ପ୍ରେମିକର ।

ବାହାଘର ମଣ୍ଡପ ଉପରକୁ ଅଚାନକ ପସିଆସିଲା ଏକ୍ସବୟଫ୍ରେଣ୍ଡ, ବର କନ୍ୟାକୁ ଉପହାର ଦେଲେ, ପୋଜ୍‌ ଦେଇ ସାଥିରେ ଫଟୋ ବି ଉଠାଇଲେ । ହେଲେ ତାପରେ ବର ପାଖକୁ ଯାଇ ଅଚାନକ ବରକୁ କଲେ ଆକ୍ରମଣ । ମାତ୍ର କେଇ ସେକେଣ୍ଡରେ ବସାଇଦେଲେ ମୁଥ ଚାପୁଡା । ହଁ ଆଜ୍ଞା ଏବେ ଏହି ଖବର ଭାରି ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରେମିକା ବାହାଘରରେ ଏକ୍ସ ବୟଫ୍ରେଣ୍ଡର ଏହି କାଣ୍ଡ ।

ରାଜସ୍ଥାନରେ ଏକ ବିବାହ ସମାରୋହରେ କନିଆଁର ପୂର୍ବ ପ୍ରେମିକ ପହଁଚି ଷ୍ଟେଜ୍‌ ଉପରେ ମାରିଛି ବରକୁ । ନିଜ ପ୍ରେମିକାକୁ ଆଉ କାହା ସାଥିରେ ଦେଖି ସହି ପାରିଲାନି ପ୍ରେମିକ । କନିଆଁ ବେଶରେ ଆଜି ତାକୁ ଆଉ କାହା ପାଖରେ ଦେଖି ରକ୍ତ ଗରମ ହେଇଗଲା ପ୍ରେମିକର । ସେ ଦେଖିଥିବା ସ୍ୱପ୍ନକୁ ସେ ଆଉ କାହା ସହ ପୂରଣ କରିବ କେମିତି ନିଜକୁ ଥୟ ଧରାଇବ । ସେଥିପାଇଁ ସିଧା ଷ୍ଟେଜ୍‌ ଉପରକୁ ଗଲା, ଏକଦମ୍‌ ଭଦ୍ର ଲୋକ ଭଳି ଉପହାର ଦେଇ ଫଟୋ ବି ଉଠାଇଲା ଆଉ ତାପରେ କନିଆଁକୁ ନୁହେଁ ବରକୁ ମାରିଚାଲିଲା ।

କୁହାଯାଉଛି ଯେ ପୂର୍ବ ପ୍ରେମିକ ଜଣଙ୍କ ବରକୁ ଛୁରିରେ ବି ଆକ୍ରମଣ କରିଛି । କିନ୍ତୁ ମୁଣ୍ଡରେ ପଗଡି ଥିବାରୁ ବରର ଅଧିକ କିଛି କ୍ଷତି ହୋଇନି । ତେବେ ଏହି ସମୟର ଦୃଶ୍ୟ ଏବେ ଭାଇରାଲ ହେଉଛି । ପୋଲିସ କହିବା ମୁତାବକ ଏକ୍ସ ବୟଫ୍ରେଣ୍ଡ ଶଙ୍କର ଲାଲ ଭାରତୀ ପାଖ ଗାଁର ନିବାସୀ । କନିଆଁର ଭାଇ ଥାନାରେ ରିପୋର୍ଟ ଲେଖି ଉକ୍ତ ଯୁବକ ବିରୋଧରେ ମାମଲା ରୁଜୁ କରିଛି ।

ତେବେ କନିଆଁର ଭାଇର କହିବା କଥା ଯେ ଦୁଇ ଦିନ ପୂର୍ବରୁ ତାଙ୍କ ଭଉଣୀର ବାହାଘର ଭିଲଓ୍ଵାଡା ଗାଁର ମହେନ୍ଦ୍ର ସେନଙ୍କ ସହ ହୋଇଥିଲା । ବର ଓ କନିଆଁ ଷ୍ଟେଜ୍‌ ଉପରେ ବସିଥିଲେ ଆଉ ଠିକ ଏହି ସମୟରେ ଶଙ୍କର ଲାଲ ଆସି ବଡ ହି ଚାଲାକିରେ ଆକ୍ରମଣ କଲା । କେବଳ ଏତିକି ନୁହେଁ ଶଙ୍କର ଲାଲ ସହିତ ଆସିଥିବା ଆଉ କିଛି ଯୁବକ ବି ବହୁତ ହଙ୍ଗାମା କରିଥିଲେ ।
ତେବେ ଯାହା ସୂଚନା ରହିଛି କନିଆଁ ସାଜିଥିବା ଯୁବତୀ ଜଣଙ୍କ ଭିଲଓ୍ଵାଡା ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ । ପୂର୍ବ ପ୍ରେମିକ ଶଙ୍କରଲାଲ ମଧ୍ୟ ସେହି ସ୍କୁଲରେ ଦୁଇ ବର୍ଷ ପ୍ରଥମେ ପାଠ ପଢ଼ାଉଥିଲେ । ପରେ ସେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର ହେଇଗଲେ । ସ୍କୁଲରେ ସାଥିରେ ପାଠ ପଢ଼ାଉଥିବାବେଳେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଯାଇଥିଲା ।

ଦୁହେଁ ଦୁଇ ଜଣଙ୍କୁ ବିବାହ କରିବାକୁ କଥା ବି ଦେଇଥିଲେ । କିନ୍ତୁ ପରେ କନିଆଁ ଆଉ ଜଣେ ଯୁବକଙ୍କୁ ବାହା ହେବା ପାଇଁ ରେଡି ହେଇଗଲେ । ଯାହାପରେ କୋଧିତ ପ୍ରେମିକ ପ୍ରେମିକାର ବିବାହ ମଣ୍ଡପକୁ ଆସି ଏମିିତି କାଣ୍ଡ ଭିଆଇ ଥିଲା । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏବଂ ଲୋକମାନେ ଏହାକୁ ଦେଖି ଖୁବ୍‌ ପ୍ରତିକ୍ରୀୟା ବି ଦେଉଛନ୍ତି । ତେବେ ଆପଣଙ୍କର ପ୍ରତିକ୍ରୀୟା କଣ ଆମକୁ କମେଣ୍ଟ ବକ୍ସରେ ଲେଖି ପଠାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.