ବିଜେଡି ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ, ଷଷ୍ଠ ଥରକୁ ମିଶାଇ ମୋଟ ୩୨ ଜଣ ମହିଳାଙ୍କୁ ମିଳିଛି ଟିକେଟ 

ବିଜେଡି ପ୍ରତି ପର୍ଯ୍ୟାୟ ଭଳି ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ ଦେଇଛି । ଷଷ୍ଠଥର ତାଲିକାରେ ଅଛନ୍ତି ୪ ମହିଳା ।

ଭୁବନେଶ୍ୱର : ବିଜେଡି ପ୍ରତି ପର୍ଯ୍ୟାୟ ଭଳି ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ସ୍ଥାନ ଦେଇଛି । ଷଷ୍ଠଥର ତାଲିକାରେ ଅଛନ୍ତି ୪ ମହିଳା । ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ରେମୁଣା-ବିଦ୍ୟାସ୍ମିତା ମହାଳିକ, ସିମୁଳିଆ-ସୁଭାସିନୀ ସାହୁ ଓ କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଷଷ୍ଠ ଥରକୁ ମିଶାଇ ମୋଟ ୩୨ ଜଣ ମହିଳାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିଛି ।

ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, ଦେବଗଡ଼ରୁ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ପ୍ରାର୍ଥୀ କରିଛି ଦଳ । ଅନୁଗୁଳରୁ ଲଢ଼ିବେ ବିଧାୟକ ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଯୁକ୍ତା ସିଂ । ସାନଖେମୁଣ୍ଡିରୁ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଜୟପୁରରୁ ବରିଷ୍ଠ ନେତା ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ ପ୍ରାର୍ଥୀ ହୋଇଛନ୍ତି ।

ପାରାଦୀପରୁ ଗୀତାଞ୍ଜଳି ରାଉତରାୟ, ନର୍ଲାରୁ ମନୋରମା ମହାନ୍ତି, ରାୟଗଡ଼ାରୁ ଅନସୂୟା ମାଝୀ, ବସ୍ତାରୁ ସୁବାସିନୀ ଜେନାଙ୍କୁ ଟିକେଟ ମିଳିଛି  । ସେହିପରି ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଯାଜପୁରରୁ ସୁଜାତା ସାହୁ, ଟିଟିଲାଗଡ଼ରୁ ଟୁକୁନି ସାହୁ, ଉମରକୋଟରୁ ନବୀନା ନାୟକ, ନବରଙ୍ଗପୁର ପାଇଁ କୌଶଲ୍ୟା ପ୍ରଧାନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଭବାନୀପାଟଣାରୁ ଲଳିତା ନାୟକ , କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ସୋରଡ଼ାରୁ ସଂଘମିତ୍ରା ସ୍ୱାଇଁ, ଝାରସୁଗୁଡ଼ାରୁ ଦୀପାଳି ଦାସ, ବ୍ରଜରାଜନଗରରୁ ଅଳକା ମହାନ୍ତି, ବଡ଼ସାହିରୁ ଅନସୂୟା ପାତ୍ର, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, ଆସିକାରୁ ମଞ୍ଜୁଳା ସ୍ବାଇଁ, ଫୁଲବାଣୀରୁ ଜୟଶ୍ରୀ କହଁର, ମୋରଡ଼ାରୁ ପ୍ରୀତିନନ୍ଦା କାନୁନଗୋ, କେନ୍ଦୁଝରରୁ ମୀନା ମାଝୀ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.