Below header

ଚୋରା ଚାଲାଣ ବେଳେ ୧୧୭ ବିରଳ କଇଁଛ ଜବତ, ୪ ଗିରଫ

ଟ୍ରେନରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଚୋରା ଚାଲାଣ ବେଳେ RPF ବିରଳ କଇଁଛ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ।

ଭୁବନେଶ୍ୱର : ଟ୍ରେନରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଚୋରା ଚାଲାଣ ବେଳେ RPF ବିରଳ କଇଁଛ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି । ଓଡ଼ିଶାରୁ ପଶ୍ଚିମବଙ୍ଗ ଚୋରା ଚାଲାଣ ବେଳେ ୧୧୭ ଇଣ୍ଡିଆନ ଫ୍ଲାପ ସିଲ ପ୍ରଜାତିର ବିରଳ କଇଂଚକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି ।

ଏହି ଚାରିଜଣ ହେଲେ ପଶ୍ଚିମ ବଙ୍ଗ ଅଞ୍ଚଳର। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ପୁରୁଷୋତ୍ତମପୁର ଗାଁରୁ ଜଳେଶ୍ଵର ଦେଇ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା । ଉତ୍କଳ ଏକ୍ସପ୍ରେସରେ ନେଉଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ବ୍ୟାଗେଜ୍ ଚେକିଂ ବେଳେ ଧରିଲା RPF।

ତୁରନ୍ତ ଏନେଇ ବନ ବିଭାଗକୁ ଜଣାଇଥିଲେ RPF । ବନ ବିଭାଗ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ବିରଳ କଇଁଛର ଚାହିଦା ବଡ ବଡ ହୋଟେଲରେ ଅଧିକ । ମଟନ ଠାରୁ ପ୍ରାୟ ଦୁଇ ଗୁଣ ଅଧିକ ଏହାର ଦାମ ।  ଏହା ବିରଳ ପ୍ରଜାତିର ହୋଇଥିବାରୁ ଏହାର ଚାଲାଣ ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.