Below header

ସାଲେପୁରରେ ରାହୁଲ ଗାନ୍ଧିଙ୍କ ୫ ବଡ଼ ପ୍ରତିଶ୍ରୁତି, ଜାଣନ୍ତୁ କଣ?

ସାଲେପୁରରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବଡ଼ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କ ପାଇଁ ୫ ପ୍ରତିଶ୍ରୁତିର ଘୋଷଣା କରିଛନ୍ତି । ମହିଳାଙ୍କୁ ମାସିକ ୨ହଜାର ଟଙ୍କା, ଯୁବକ ଓ କୃଷକ ମାନଙ୍କୁ ୩ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ସାଲେପୁର(କେନ୍ୟୁଜ): ସାଲେପୁରରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବଡ଼ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କ ପାଇଁ ୫ ପ୍ରତିଶ୍ରୁତିର ଘୋଷଣା କରିଛନ୍ତି । ମହିଳାଙ୍କୁ ମାସିକ ୨ହଜାର ଟଙ୍କା, ଯୁବକ ଓ କୃଷକ ମାନଙ୍କୁ ୩ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ସେହିପରି ମାସିକ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ପ୍ରଦାନ ମାଗଣାରେ ପ୍ରଦାନ କରାଯିବ । ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩ହଜାର ଟଙ୍କା କରାଯିବ ବୋଲି କହିଛନ୍ତି ।

ସାଲେପୁରର କୁଳିଆ ନ୍ୟାୟ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି । ୨ଜଣଙ୍କୁ ମୋଦି ସରକାର ୧୬ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ଚୟନ କରାଯାଇ ବର୍ଷକୁ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ରାହୁଲ । ସେହିପରି ପେହଲି ନୌକରୀ ପକ୍କି ଯୋଜନାରେ ସମସ୍ତଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି କହିଛନ୍ତି ରାହୁଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.