Below header

କମ୍‌ ଦାମରେ ବାଇକ୍‌ କିଣିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଲିଷ୍ଟ

ଯଦି ଆପଣ ଶସ୍ତା ଏବଂ ପାଓ୍ଵାରଫୁଲ ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ ଏପରି ୫ଟି ବାଇକ୍ ର ଅପ୍ସନ ବିଷୟରେ କହିବାକୁ ଯାଉଛୁ , ଯାହା ଦ୍ୱାରା ଆପଣ ଟଙ୍କା ବଞ୍ଚାଇ ପାରିବେ ।

ଯଦି ଆପଣ ଶସ୍ତା ଏବଂ ପାଓ୍ଵାରଫୁଲ ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ ଏପରି ୫ଟି ବାଇକ୍ ର ଅପ୍ସନ ବିଷୟରେ କହିବାକୁ ଯାଉଛୁ , ଯାହା ଦ୍ୱାରା ଆପଣ ଟଙ୍କା ବଞ୍ଚାଇ ପାରିବେ । ଏହି ବାଇକ୍ ଗୁଡିକ ଭାରତୀୟ ବଜାରରେ ୧ ଲକ୍ଷ ଟଙ୍କା ମଧ୍ୟରେ ମିଳୁଛି । ୧ ଲକ୍ଷ ଟଙ୍କା ମଧ୍ୟରେ ହିରୋ, ହୋଣ୍ଡା ଏବଂ ବଜାଜର ବହୁତ ଭଲ ବାଇକ୍ ମିଳୁଛି ।

ଏହି ରେଞ୍ଜରେ ବଜାଜ ପଲସର 125 ହେଉଛି ଏକ ବଢ଼ିଆ ବାଇକ୍ । ଏହି ବାଇକ୍ ର ଏକ୍ସ ସୋ’ରୁମ୍ ମୂଲ୍ୟ ୯୦,୭୭୧ ରୁ ଆରମ୍ଭ ହେଉଛି । ଏହି ବାଇକରେ ଏକ ନିୟୋନ୍ ସିଙ୍ଗଲ୍ ସିଟ୍ ଲଗାଯାଇଛି । କଲର ଭାରିଆଣ୍ଟ ସହିତ ଏହି ବାଇକ୍ ବଜାରରେ ଉପଲବ୍ଧ ଅଛି ।

ବଜାରରେ ହିରୋ ଗ୍ଲାମରର ଦୁଇଟି ଭାରିଆଣ୍ଟ ମିଳୁଛି, ଯାହାର ଦାମ୍‌ ୧ ଲକ୍ଷରୁ କମ୍‌ ରହିଛି । ତେବେ ଏହି ବାଇକର ଦୁଇଟି ଭାରିଆଣ୍ଟ ହେଉଛି – ନ୍ୟୁ ଗ୍ଲାମର ଡିସ୍କ ଏବଂ ନ୍ୟୁ ଗ୍ଲାମର ଡ୍ରମ୍ । ଏହା ବ୍ୟତୀତ ଏହି ଦୁଇଟି ଭାରିଆଣ୍ଟରେ ତିନୋଟି କଲର ଅପ୍ସନ ମଧ୍ୟ ଦିଆଯାଉଛି । ନ୍ୟୁ ଗ୍ଲାମର ଡିସ୍କର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୮୬,୫୯୮ ଟଙ୍କା । ଅନ୍ୟପଟେ ନ୍ୟୁ ଗ୍ଲାମର ଡ୍ରମର ମୂଲ୍ୟ ହେଉଛି ୮୨,୫୯୮ ଟଙ୍କା ।

ବଜାରରେ Hero Super Splendor Xtec ର ଦୁଇଟି ଭାରିଆଣ୍ଟ ମିଳୁଛି, ଯାହା ଡିସ୍କ ବ୍ରେକ୍ ଏବଂ ଡ୍ରମ୍ ବ୍ରେକ୍ ଭାବରେ ପରିଚିତ । Super Splendor Xtec ଡିସ୍କ ବ୍ରେକର ଏକ୍ସ-ସୋରୁମ୍ ପ୍ରାଇସ୍‌ ୮୯,୦୭୮ ଟଙ୍କା । Super Splendor Xtec ଡ୍ରମ୍ ବ୍ରେକର ଏକ୍ସ-ଶୋରୁମ୍ ପ୍ରାଇସ୍‌ ୮୫,୧୭୮ ଟଙ୍କା । ଉଭୟ ଭାରିଆଣ୍ଟରେ ଚାରୋଟି କଲର ଅପ୍ସନ ଦିଆଯାଉଛି ।

Honda SP 125 ରେ ଫୁଲି ଡିଜିଟାଲ୍ ମିଟର ଲଗାଯାଇଛି । ବାଇକ୍ ଫ୍ରଣ୍ଟରେ ସାର୍ପ ଏଲଇଡି ଡିସି ହେଡଲ୍ୟାମ୍ପ ଲଗାଯାଇଛି । ଏହି ହୋଣ୍ଡା ବାଇକ୍ ର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୮୬,୭୪୭ ଟଙ୍କା ।

ବଜାରରେ Shine 125 ମଧ୍ୟ ୧ ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ । ଏହି ବାଇକରେ ୪ ଷ୍ଟ୍ରୋକ, SI, BS-VI ଇଞ୍ଜିନ୍ ଅଛି । ଏହି ବାଇକ୍ ର ଏକ୍ସ ସୋ’ରୁମ୍‌ ମୂଲ୍ୟ ୭୯,୮୦୦ ଟଙ୍କାରୁ ଆରମ୍ଭ ହୋଇ ୮୩,୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.