Below header

ଅକ୍ଷୟ ତୃତୀୟାରେ ଲକ୍ଷ୍ମୀଙ୍କୁ ଭୋଗ ଲଗାନ୍ତୁ ଏହି ଜିନିଷ, ମିଳିବ ଆଶୀର୍ବାଦ

ଯଦି ଅକ୍ଷୟ ତୃତୀୟାରେ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ, ତେବେ ଜୀବନର ଅନେକ ସମସ୍ୟା ଦୂର ହେବ ଏବଂ ଆର୍ଥିକ ଲାଭ ହେବ ।

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ କରାଯାଏ । ଏହି ଦିନ ଭଗବାନ ବିଷ୍ଣୁ, ମା’ ଲକ୍ଷ୍ମୀ ଏବଂ ଧନ ଦେବତା କୁବେରଙ୍କୁ ପୂଜା କରାଯାଇଥାଏ । ଏହା ବ୍ୟତୀତ ଲୋକମାନେ ଖାସ୍‌ ଭୋଗ ପ୍ରସ୍ତୁତ କରନ୍ତି । ଦେବାଦେବୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଭୋଗକୁ ଅର୍ପଣ କରନ୍ତି । ଆପଣ ବି ଅକ୍ଷୟ ତୃତୀୟା ଦିନ ଭଗବାନଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ଏହି ଖାସ୍‌ ଜିନିଷକୁ ଅର୍ପଣ କରନ୍ତୁ ।

ଯଦି ଅକ୍ଷୟ ତୃତୀୟାରେ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ, ତେବେ ଜୀବନର ଅନେକ ସମସ୍ୟା ଦୂର ହେବ ଏବଂ ଆର୍ଥିକ ଲାଭ ହେବ । ମା’ ଲକ୍ଷ୍ମୀଙ୍କର ନଡ଼ିଆ ବହୁତ ପସନ୍ଦ ,ତେଣୁ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ନିଶ୍ଚିତ ଭାବରେ ନଡ଼ିଆ ଅର୍ପଣ କରନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହେବେ ।

ଅକ୍ଷୟ ତୃତୀୟା ଦିନ ପୂଜା କରିବା ସମୟରେ ମା’ ଲକ୍ଷ୍ମୀଙ୍କୁ ଚିନିରେ ପ୍ରସ୍ତୁତ ହୋଇଥିବା ଶାକରକୁ ଭୋଗରେ ଲଗାନ୍ତୁ । ମା’ ଲକ୍ଷ୍ମୀ ଏହି ଭୋଗକୁ ବହୁତ ଭଲ ପାଆନ୍ତି ଏପରି ପରିସ୍ଥିତିରେ ଯଦି ଆପଣ ଅକ୍ଷୟ ତୃତୀୟାରେ ଏହି ଭୋଗକୁ ମା’ଙ୍କ ନିକଟରେ ଅର୍ପଣ କରନ୍ତି, ତେବେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିବ । ଆପଣଙ୍କ ଅନେକ ସମସ୍ୟା ମଧ୍ୟ ଦୂର ହେବ ।

ଅକ୍ଷୟ ତୃତୀୟା ଅବସରରେ ମଖାନାକୁ ମଧ୍ୟ ଭୋଗ ଭାବେ ଅର୍ପଣ କରିପାରିବେ । ଏହା ଏପରି ଏକ ଫଳ ଯାହା ପାଣିରେ ବଢ଼ିଥାଏ । ମା’ ଲକ୍ଷ୍ମୀଙ୍କର ଏହି ଫଳ ଅତ୍ୟନ୍ତ ପ୍ରିୟ । ଏହି ଫଳ ପୂଜା ପାଇଁ ଶୁଦ୍ଧ ଏବଂ ପବିତ୍ର ବୋଲି କୁହାଯାଏ । ଏପରି ପରିସ୍ଥିତିରେ ଅକ୍ଷୟ ତୃତୀୟାରେ ଏହି ଭୋଗ ମା’ଙ୍କୁ ଅର୍ପଣ କଲେ ଭକ୍ତଙ୍କ ଇଚ୍ଛା ପୂରଣ ହୁଏ । ଏହା ବ୍ୟତୀତ ଅକ୍ଷୟ ତୃତୀୟା ପୂଜା ସମୟରେ ଆପଣ ମଖାନାରୁ ପ୍ରସ୍ତୁତ କ୍ଷିରୀକୁ ମଧ୍ୟ ମା’ ଲକ୍ଷ୍ମୀଙ୍କ ନିକଟରେ ଭୋଗ ଲଗାଇ ପାରିବେ ।

ଧନର ଦେବୀ ଲକ୍ଷ୍ମୀ ପାନ ପତ୍ରକୁ ବହୁତ ଭଲ ପାଆନ୍ତି । ଅକ୍ଷୟ ତୃତୀୟା ଦିନରେ ପୂଜା ସରିବା ପରେ ମା’ ଲକ୍ଷ୍ମୀଙ୍କୁ ପାନ ଅର୍ପଣ କରନ୍ତୁ । ଏହା ଦ୍ୱାରା ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ଧନ ଆସିବ ।

ଅକ୍ଷୟ ତୃତୀୟାରେ ଏହି ଜିନିଷଗୁଡ଼ିକ ଅର୍ପଣ କଲେ ମା’ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରନ୍ତି । ଏହା ବ୍ୟତୀତ ଲୋକମାନେ ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁ ଏବଂ କୁବେରଙ୍କ ଆଶୀର୍ବାଦ ପ୍ରାପ୍ତ ପାଇଁ ଘରେ ଘରେ ପୂଜା କରନ୍ତି । ଯାହା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.