Below header

କାଲିଫର୍ଣ୍ଣିଆରେ ଦେଖିବାକୁ ମିଳିଲା ଭାରତୀୟ ଅଟୋ ରିକ୍ସା, ଭାଇରାଲ ହେଉଛି ଭିଡିଓ

କାଲିଫର୍ଣ୍ଣିଆରେ ଦେଖିବାକୁ ମିଳିଲା ଭାରତୀୟ ଅଟୋ ରିକ୍ସା । ତେବେ ଏହି ଭିଡିଓରେ କାଲିଫର୍ଣ୍ଣିଆ ରାସ୍ତାରେ ଏକ କଳା ଏବଂ ହଳଦିଆ ରଙ୍ଗର ଭାରତୀୟ ଅଟୋ-ରିକ୍ସା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

କାଲିଫର୍ଣ୍ଣିଆରେ ଦେଖିବାକୁ ମିଳିଲା ଭାରତୀୟ ଅଟୋ ରିକ୍ସା । ଯାହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଭାରତର ରାସ୍ତାରେ ଅଟୋ-ରିକ୍ସା ଚାଲିବା ଆମ ସମସ୍ତଙ୍କ ପାଇଁ ଏକ ସାଧାରଣ ଦୃଶ୍ୟ, ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଲୋକପ୍ରିୟ ପରିବହନ ଭାବରେ କାର୍ଯ୍ୟ କରିଥାଏ । କହି ରଖୁଛୁ, ଅଟୋ ରିକ୍ସାକୁ tuk-tuks ମଧ୍ୟ କୁହାଯାଇଥାଏ ।

ଯାତାୟାତ ପାଇଁ ଏହା ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ବାହାରେ ଅଟୋ-ରିକ୍ସା ଚାଲୁଥିବାର ଦେଖିବା ଏକ ବିରଳ ଘଟଣା କାରଣ ସେଠାରେ ପ୍ରାୟତଃ ଲୋକମାନେ ଟ୍ୟାକ୍ସି କିମ୍ବା ଟୁକ ଟୁକରେ ଯାତାୟାତ କଋଥାନ୍ତି । ତେବେ ବର୍ତ୍ତମାନ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି ।

ଏହି ଭିଡିଓରେ କାଲିଫର୍ଣ୍ଣିଆ ରାସ୍ତାରେ ଏକ କଳା ଏବଂ ହଳଦିଆ ରଙ୍ଗର ଭାରତୀୟ ଅଟୋ-ରିକ୍ସା ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ମନୋହର ସିଂ ନାମକ ଜଣେ ୟୁଜର୍ ସେୟାର କରିଛନ୍ତି । ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି “କାଲିଫର୍ଣ୍ଣିଆରେ ଅଟୋ ରିକ୍ସା” ।

ଏକ ବିଦେଶୀ ଦେଶରେ ଭାରତୀୟ ଯାନ ଅର୍ଥାତ ଅଟୋ ରିକ୍ସାର ଏହି ଦୃଶ୍ୟ ଏବେ ୟୁଜର୍ସଙ୍କ ଖୁବ ଦୃଷ୍ଟି ଆକର୍ଷଣ କରିଛି । ଲୋକମାନେ ଏହି ପୋଷ୍ଟରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତେବେ ବିଦେଶରେ ଅଟୋ ରିକ୍ସା ଚାଲିବ ଘଟଣା କିଛି ନୂଆ ନୁହେଁ ପୂର୍ବରୁ ମଧ୍ୟ ଭାରତ ବାହାର କିଛି ସ୍ଥାନରେ ଅଟୋ-ରିକ୍ସା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.